fbpx

(Video) ନିଆଳିରେ ପୁଣି ମାତିଛି ଅଜଣା ଜନ୍ତୁ: ବାଛୁରୀଙ୍କୁ ଖାଇବାପରେ ଛାଡ଼ି ଦେଉଛି ଖାଲି ହାଡ଼

କଟକ: ପୁଣିଥରେ କଟକ ନିଆଳିରେ ପୁଣି ଅଜଣା ଜନ୍ତୁ ଭୟ ସୃଷ୍ଟି ହୋଇଛି । ଆଖପାଖ ଏହି ଜନ୍ତୁକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୬ ବର୍ଷ ପୂର୍ବେ ନିଆଳିରେ ମେଣ୍ଢା ଖିଆ ଅଜଣା ଜନ୍ତୁ ଆତଙ୍କ ଖେଳାଇଥିବା ବେଳେ ଏବେ ପୁଣିଥରେ ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ସନ୍ଧ୍ୟା ହେବା ମାତ୍ରେ ଆରମ୍ଭ କରୁଛି ଶୀକାର । ଗାଁ ଗହଳିର ଲୋକଙ୍କ ଗୁହାଳରେ ପଶି ଛୋଟ ଛୋଟ ବାଛୁରୀକୁ ମାରି ଖାଇଦେଉଛି ଏହି ଅଜଣା ଜନ୍ତୁ ।

ନିଆଳି ଥାନା ଅନ୍ତର୍ଗତ ଅଲଣା ପଞ୍ଚାୟତ ଓଳାଂଶ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଶନିବାର ରାତିରେ ଗ୍ରାମର ନିକୁଞ୍ଜ ବିହାରୀ ସାହୁଙ୍କ ଗାଈ ଗୁହାଳରେ ଅଜଣା ଜନ୍ତୁ ପଶି ଏକ ୨ମାସର କଅଁଳା ବାଛୁରୀକୁ ମାରି ଖାଇଦେଇଛି ।

ସକାଳେ ମଲା ବାଛୁରୀକୁ ଦେଖି ନିଆଳିବାସୀ ଭୟଭିତ ଥିବାବେଳେ ଅଜଣା ଜନ୍ତୁକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି । ତେବେ ଏହି ଅଜଣା ଜନ୍ତୁକୁ ଖୋଜି ଧରିବାରେ ବନ ବିଭାଗର ଆବଶ୍ୟକ ଲଡିଛନ୍ତି ଗ୍ରାମବାସୀ । ତେବେ ଏହି ଅଜଣା ଜନ୍ତୁ କିପରି ସହର ମୁହାଁ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.