fbpx

Video; ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ଡରେ ରହିଛି ରୂପା ମନ୍ଦିର-ସୁନା ମୂର୍ତ୍ତି, ଯାହା ସଂସ୍କୃତିର ଭିନ୍ନ ଏକ ଉଦାହରଣ

Advertisement

ମୁମ୍ୱାଇ: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚେଣ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବର୍ଷ ଆରମ୍ଭରୁ ଏହି ବିବାହ ଚର୍ଚ୍ଚାରେ ରହିଛି । ଗତ କିଛି ମାସ ହେବ ବିବାହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଚାଲିଛି । ଏବେ ସେମାନଙ୍କ ବିବାହ କାର୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଅନନ୍ତ ଓ ରାଧିକାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓରେ କାର୍ଡର ଅନବକ୍ସିଂ ଦେଖିବାକୁ ମିଳିଛି । କାର୍ଡକୁ ଦେଖିଲେ ଜଣାପଡୁଛି ଯେ ଅମ୍ବାନୀ ପରିବାର ସଂସ୍କୃତିର ଏକ ଉଦାହରଣ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏହି ଡିଜାଇନ୍ ପ୍ରାଚୀନ ହିନ୍ଦୁ ମନ୍ଦିରକୁ ଅନୁକରଣ କରାଯାଇଛି। ଏଥିରେ ସୁନା ଏବଂ ରୂପା ବ୍ୟବହାର କରାଯାଇଛି ।

ଭିଡିଓରେ ଦେଖାଯାଉଥିବା ନିମନ୍ତ୍ରଣ କାର୍ଡ ଏକ ବକ୍ସ ଆକାରରେ ରହିଛି । ବାକ୍ସ ଖୋଲିଲେ ଏକ ପ୍ରାଚୀନ ମନ୍ଦିରର ପ୍ରତିକୃତି ଭଳି ରୂପାର ଏକ ମନ୍ଦିର ରହିଛି । ପ୍ରଥମେ ଦୁଇଟି କବାଟ ରହିଛି । କବାଟକୁ ଖୋଲିବା ପରେ କାର୍ଡ ଭିତରେ ଏଣ୍ଟ୍ରି ରହିଛି । ସେହି ଦ୍ୱାରକୁ ଅନନ୍ତ ଏବଂ ରାଧିକାଙ୍କ ଜୀବନରେ ଏକ ନୂତନ ଆରମ୍ଭର ସଙ୍କେତ ଭାବରେ ଦର୍ଶାଯାଇଛି ।

କାର୍ଡ ଭିତରେ ଭଗବାନ ଗଣେଶ, ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣ ଓ ମାତା ଦୁର୍ଗାଙ୍କ ଫଟୋ ତିଆରି କରାଯାଇଛି । କାର୍ଡ ଭିତରେ ରହିଛି ନୀତା ଅମ୍ବାନୀଙ୍କ ଏକ ହାତ ଲେଖା ଚିଠି । ସେହି ଚିଠିରେ ନୀତା ଅମ୍ବାନୀ ନିଜର ଭାବନା ବ୍ୟକ୍ତ କରିବା ସହ ସମସ୍ତ ଅତିଥିଙ୍କୁ ଏହି ପବିତ୍ର ଅବସରରେ ଆସିବାକୁ ଅନୁରୋଧ କରିଛନ୍ତି ।

 

Get real time updates directly on you device, subscribe now.