fbpx

ପ୍ରେମ, ବ୍ରେକଅପ ଏବଂ ବିଫଳତାରେ ନିଜକୁ କେମିତି ସମ୍ଭାଳନ୍ତି ଅନନ୍ୟା ପାଣ୍ଡେ, ନିଜେ ଖୁଲାସା କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଅନନ୍ୟା ପଣ୍ଡେ ବର୍ତ୍ତମାନ ‘ସିଟିଆରଏଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ସାଇବର ଥ୍ରିଲର ଫିଲ୍ମର ଦୁଇ ଦିନ ପୂର୍ବରୁ ହିଁ ନେଟଫ୍ଲିକ୍ସରେ ରିଲିଜ ହୋଇଛି, ଯେଉଁଥିରେ ଅନନ୍ୟା ପାଣ୍ଡେଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଅନନ୍ୟା ଏବେ ବି ନିଜ ଫିଲ୍ମର ପ୍ରମୋଶନ କରୁଛନ୍ତି। ଏହାରି ମଧ୍ୟରେ ସେ ଫିଲ୍ମ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟବାନୀଙ୍କ ସହ କଥା ହୋଇଛନ୍ତି, ଯେଉଁଠାରେ ସେ ଖୁଲାସା କରିଛନ୍ତି ଯେ; ମୋତେ ନିଜକୁ ଏକ୍ସପ୍ରେସ କରିବାରେ କଷ୍ଟ ହୋଇଥାଏ। ଅନନ୍ୟା ଏବଂ ବିକ୍ରମାଦିତ୍ୟ ନିଜ କ୍ୟାରିୟର, ପ୍ରେମ, ନିଜର ଥ୍ରିଲର ଫିଲ୍ମ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚା ସମୟରେ ଅନେକ ଖୁଲାସା କରିଛନ୍ତି। ଏହି ସମୟରେ ଅନନ୍ୟା ମେଣ୍ଟାଲ ହେଲଥ ବିଷରେ ମଧ୍ୟ କଥା ହୋଇଛନ୍ତି। ଚାଟ ସମୟରେ ଅଭିନେତ୍ରୀ କହିଛନ୍ତି ଯେ, ଯେବେ ସେ ଦୁଃଖି ବା ଲୋ ଫିଲ୍ କରନ୍ତି ସେତେବେଳେ ସେ ନିଜକୁ କିପରି ସମ୍ଭାଳନ୍ତି।

ଏଥିରେ ଏକ ଇଣ୍ଟେରାକ୍ଟିଭ ଗେମ ଖେଳିବା ସମୟରେ, ଅନନ୍ୟା ପାଣ୍ଡେ ଏକ କାର୍ଡ ବାଛିଥିଲେ, ଯେଉଁଥିରେ ତାଙ୍କୁ କହିବାର ଥିଲା ଯେ, ଯେବେ ସେ ଉଦାସ ଅନୁଭବ କରୁଥିଲେ, ସେତେବେଳେ ନିଜକୁ କିପରି ସମ୍ଭାଳନ୍ତି। ଏହି ପ୍ରତିକ୍ରିୟା ଦେଇ ଅନନ୍ୟା କହିଛନ୍ତି ଯେ, ମୋତେ ନିଜକୁ ଏକ୍ସପ୍ରେସ କରିବା ବହୁତ କଷ୍ଟ ହୋଇଥାଏ କାରଣ ମୁଁ ସଙ୍ଗେ ସଙ୍ଗେ କାନ୍ଦିବା ଆରମ୍ଭ କରିଦିଏ।

ଏହି କାରଣ ପାଇଁ, ଅନନ୍ୟା ଭାବନ୍ତି ଏପରି ପରିସ୍ଥିତିରୁ ଦୂରକୁ ଚାଲିଯିବା ଭଲ। ଅନନ୍ୟା ଏହା ମଧ୍ୟ କହିଛନ୍ତି ଯେ, ସେ ମଧ୍ୟ ଚାହାନ୍ତି ଯେ, ସବୁକିଛି ସମାଧାନ ହେଇଯାଉ, ଏଥିପାଇଁ ତାଙ୍କୁ ପରିସ୍ଥିତିରୁ ପଳାୟନ କରିବା ପସନ୍ଦ ନୁହେଁ। ହେଲେ ଯେବେ ସେ ଏପରି କରିଛନ୍ତି, ଶେଷରେ ଭଲ ହିଁ ହୋଇଥାଏ। ଅନନ୍ୟା କହିଛନ୍ତି ଯେ, ମୁଁ ଏପରି କରିବା ହିଁ ଆବଶ୍ୟକ ମନେକରେ।

Get real time updates directly on you device, subscribe now.