fbpx

(Video) ‘ଟପ୍ ପିନ୍ଧିବାକୁ ଭୁଲିଯାଇଛ କି’, ବାପାଙ୍କ ସାମ୍ନାରେ ଅନ୍ତବସ୍ତ୍ର ପିନ୍ଧି ବସିଥିଲେ ଅନନ୍ୟା ପାଣ୍ଡେଙ୍କ ଭଉଣୀ, ତା’ପରେ..

ନୂଆଦିଲ୍ଲୀ: ଅଲାନା ପାଣ୍ଡେ ଜଣେ ୟୁଟ୍ୟୁବର ଏବଂ ଲୋକପ୍ରିୟ ଇନଫ୍ଲୁଏନ୍ସର। ଅଲନା ନିଜ ଲୁକ୍ସ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହାରି ମଧ୍ୟରେ ସେ ନିଜ ପରିଧାନକୁ ନେଇ ସର୍ବ ସମ୍ମୁଖରେ ବାପାଙ୍କଠାରୁ ଗାଳି ଶୁଣିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଲାନା ପ୍ରାଇମ ଭିଡିଓର ଶୋ ‘ଦ ଟ୍ରାଇବ’ ରେ ନଜର ଆସିଛନ୍ତି।

ଏହି ଶୋ ରେ ଅଲାନା ଗାଳି ଶୁଣିଥିବା ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଅଲାନାଙ୍କ ବାପା ଚିକ୍କି ପାଣ୍ଡେ ତାଙ୍କୁ ଦେଖି ପ୍ରଶ୍ନ ପଚାରିଛନ୍ତି ଯେ, ଅଲାନା କଣ ତୁମେ ଟପ ପିନ୍ଧିବାକୁ ଭୁଲିଯାଇଛି? ଅଲନା ବାପାଙ୍କର ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓରେ ଲୋକେ ବହୁତ କମେଣ୍ଟ କରିଛନ୍ତି। ଜଣେ କହିଛନ୍ତି ଯେ, ଅଲାନାଙ୍କ ବାପା ଦେଶୀ ଡ୍ୟାଡ ଭାଇବ୍ସ ଦେଉଛନ୍ତି। ଅନ୍ୟ ଜଣେ କହିଛି, ସମସ୍ତଙ୍କ ଡ୍ୟାଡ ଏକା ଭଳି। ତେବେ ଆଉ ଜଣେ ୟୁଜର କହିଛନ୍ତି ଯେ, ତାଙ୍କ ବାପା ବିଲକୁଲ ସଠିକ, ସମସ୍ତଙ୍କୁ ଜଣିବା ଆବଶ୍ୟକ ଯେ, ପରିବାର ସଦସ୍ୟଙ୍କ ସାମ୍ନାରେ କିପରି ବ୍ୟବହାର କରିବା ଆବଶ୍ୟକ।

 

View this post on Instagram

 

A post shared by Alanna Panday (@alannapanday)

Get real time updates directly on you device, subscribe now.