fbpx

ଫାସୀ ଲଗାଇ ଆତ୍ମହତ୍ୟା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

Advertisement

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ ଉମା ମାହେଶ୍ବରୀଙ୍କ ଆତ୍ମହତ୍ୟା । ଉମା ମାହେଶ୍ୱରୀ ଅନେକ ସମୟରୁ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ କିଛି ମାସରୁ ତାଙ୍କର ଚିକିତ୍ସା କରାଯାଉଥିଲା । ମାହେଶ୍ୱରୀ ହାଇଦ୍ରାବାଦର ଜୁବଲୀ ହିଲ୍ସ ସ୍ଥିତ ନିଜ ବାସଭବନରେ ଫାସୀ ଲଗାଇଛନ୍ତି ।

ଜୁବଲୀ ହିଲ୍ସ ସିଆଇଓ ରାଜଶେଖର ରେଡ୍ଡୀ କହିଛନ୍ତି ଯେ ଏହା ଆତ୍ମହତ୍ୟା ମାମଲା ଏବଂ ଯାଞ୍ଚ ପରେ ହିଁ ଜଣାପଡ଼ିବ ପ୍ରକୃତ କାରଣ କ’ଣ । ସୂଚନାଯୋଗ୍ୟ, ତେଲୁଗୁ ଦେଶମ ପାର୍ଟୀ(ଟିଡିପି) ର ସଂସ୍ଥାପକ ଏନଟିଆରଙ୍କ ୧୨ ସନ୍ତାନଙ୍କ ମଧ୍ୟରେ ସବୁଠୁ ଛୋଟ ଥିଲେ ଉମା ମାହେଶ୍ୱରୀ । ଏହା ସହ ଚାରି ଭଉଣୀଙ୍କ ମଧ୍ୟରେ ବି ସବୁଠୁ ଛୋଟଥିଲେ ଉମା ।

ଜୁବଲୀ ହିଲ୍ସ ପୋଲିସ ଅଧିକାରୀ ରାଜଶେଖର ରେଡ୍ଡୀ କହିଛନ୍ତି ଯେ ପ୍ରାରମ୍ଭିକ ଯାଞ୍ଚ ଅନୂଯାୟୀ ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ଡିପ୍ରେସନରେ ଥିଲେ ଏବଂ ଏଥିପାଇଁ ଆତ୍ମହତ୍ୟା କରିଛନ୍ତି । ଏହି ମାମଲାରେ ଏକ କେସ ରୁଜୁ ହୋଇଛି ଏବଂ ଶବକୁ ଉସ୍ମାନିଆ ହସ୍ପିଟାଲକୁ ପଠାଯାଇଛି । ସେପଟେ ଉମାଙ୍କ ମତ୍ୟୁକୁ ନେଇ ପରିବାର ଲୋକେ ଗଭୀର ଶୋକରେ ରହିଛନ୍ତି । ଉମା ଶେଷ ଦର୍ଶନ ପାଇଁ ସମ୍ପର୍କୀୟ ତଥା ଅନେକ ମାନଗଣ୍ୟ ବ୍ୟକ୍ତି ପହଞ୍ଚିଛନ୍ତି ।

Get real time updates directly on you device, subscribe now.