fbpx

Samsung ସମେତ ଏହି ଡିଭାଇସ ଉପରେ Malwareର ରହିଛି ବିପଦ, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଚେକ ପଏଣ୍ଟ ରିସର୍ଚ ଏକ ରିପୋର୍ଟ ଦାଖଲ କରିଛନ୍ତି, ଯେଉଁଥିରେ ଆଣ୍ଡ୍ରଏଡ ମାଲୱେୟାର ବିଷୟରେ ସୂଚନା ଦିଆଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ରାଫେଲ ଆରଏଟି ନାମକ ଆଣ୍ଡ୍ରଏଡ ମାଲୱେୟାର ସାରା ଦୁନିଆରେ ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଟାର୍ଗେଟ କରୁଛି । ରିପୋର୍ଟ ମୁତାବକ ରିମୋଟ ଆଡମିନିଷ୍ଟ୍ରେସନ ଟୁଲ ସାହାଯ୍ୟରେ ଗୁପ୍ତଚରଠାରୁ ନେଇ ରାନସମୱେୟାର ଆକ୍ରମଣ କରାଯାଉଛି ।

ସିପିଆର ରିପୋର୍ଟରେ କୁହାଯାଇଛି ଯେ, ଏହାର ପ୍ରଭାବ ଅମେରିକା, ଚୀନ ଏବଂଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଛି । ଆରଏସଟି ଯାଞ୍ଚ ପରେ ସିପିଆରକୁ ଏହା ସହ ଜଡିତ ପାଖାପାଖି ୧୨୦ କମାଣ୍ଡ ଏବଂ କଣ୍ଟ୍ରୋଲ ସର୍ଭରର ସୂଚନା ମିଳିଛି ।

ସିପିଆର ରିପୋର୍ଟ ମୁତାବକ, ରାଫେଲ ମାଲୱେୟାର ସାମସଙ୍ଗ, ସାଓମୀ, ଭିବୋ, ଏବଂ ହୁଆଇ ଡିଭାଇସକୁ ଆକ୍ରମଣ କରୁଛି । ଏହି ସମସ୍ତ ମୋବାଇଲ କମ୍ପାନୀର ବଜାରରେ ବଡ଼ ବାଗୀଦାରୀ ରହିଛି । ସବୁଠାରୁ ଅଧିକ ଚିନ୍ତା କରୁଥିବା କଥା ହେଉଛି ୮୭ ପ୍ରତିଶତରୁ ଅଧିକ ଆଣ୍ଡ୍ରଏଡ ଡିଭାଇସକୁ ଏହି ମାଲୱେୟାର ଇଫେକ୍ଟ କରିସାରିଛି ।

Get real time updates directly on you device, subscribe now.