(Video) ପକ୍ଷୀର କ୍ରୋଧ ଏମିତି! ସିସିଟିଭି କ୍ୟାମେରାକୁ କଭର କରିଦେଲା ଗୋଟିଏ ପକ୍ଷୀ: ଅଚାନକ ବାଧାପ୍ରାପ୍ତ ହେଲା ହାଇୱେର ଟ୍ରାଫିକ ଡିସପ୍ଲେ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଜୀବଜନ୍ତୁ, ପଶୁ, ପକ୍ଷୀଙ୍କ ପାଇଁ ବଡ଼ ବଡ଼ ଅଘଟଣ ଘଟିଥାଏ । ଏଭଳି ଘଟଣା ଅନେକ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ, ଚକିତ କରିଦେବା ସହ ଅନେକ ସମୟରେ ତାହା ମୁସ୍କିଲ ବଢ଼ାଇ ଦେଇଥାଏ । ତେବେ ଏହା ମଧ୍ୟରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ସର୍ବସାଧାରଣ ସ୍ଥାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ କଭର କରିଦେଇଥିଲା ଗୋଟିଏ ପକ୍ଷୀ । ଏହାଫଳରେ ହାଇୱେର ଟ୍ରାଫିକ୍ ଡିସପ୍ଲେ କିଛି କ୍ଷଣ ପାଇଁ ବାଧ୍ରାପ୍ତ ହୋଇଥିଲା । ଏହା ମଧ୍ୟରେ ନ୍ୟୁଜିଲାଣ୍ଡରୁ ଆସିଛି ଏଭଳି ଏକ ଖବର । ରାସ୍ତାରେ ଯାନବାହାନଗୁଡ଼ିକ ସାଧାରଣ ଭାବେ ଚଳପ୍ରଚଳ କରୁଥିବା ସମୟରେ ଅଚାନକ ଏକ ପକ୍ଷୀ ସିସିଟିଭି କ୍ୟାମେରାର ଡିସେପ୍ଲ ଆଗରେ ଆସି ବସିଯାଇଥିଲା ।

ପକ୍ଷୀଟି ଅନ୍ୟ ସ୍ଥାନରୁ ଉଡ଼ି ଆସି କ୍ୟାମେରା ଆଗରେ ବସିବା ସମୟରେ ରାବ ଛାଡ଼ୁଥିଲା । ସତେ ଯେମିତି ପକ୍ଷୀଟି ରାଗିକରି ଜାଣିଶୁଣି ଏହି କାରନାମା କରିଥିଲା । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ୟୁଜର୍ସ ନାନା ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଥିଲା । ସାଧାରଣ ଭାବେ ବିଭିନ୍ନ ସମୟରେ ସିସିଟିଭି କ୍ୟାମେରାରେ ତ୍ରୁଟି ଦେଖିବାକୁ ମିଳିଥାଏ । ମାତ୍ର ଗୋଟିଏ ସାଧାରଣ ପକ୍ଷୀ ପାଇଁ ସିସିଟିଭି କ୍ୟାମେରା ବନ୍ଦ ହେବା ଓ ରାଜପଥର ଡିସପ୍ଲେ ବାଧ୍ରାପ୍ତ ହେବା ଏକ ନୂଆ ଘଟଣା । ତେବେ ପକ୍ଷୀଟି ମଣିଷ ଜାତିକୁ ସତର୍କ କରିବା ପାଇଁ ଆସିଥିଲା ବୋଲି ଜଣେ ୟୁଜର୍ସ ସୋସିଆଲ ମିଡ଼ିଆରେ କମେଣ୍ଟ କରିଛନ୍ତି ।

 

View this post on Instagram

 

A post shared by Brut (@brutamerica)