fbpx

ଲିଙ୍ଗଗତ ତାରତମ୍ୟକୁ ଅତିକ୍ରମ କରି ପାଲଟିଲେ ରାଜ୍ୟର ପ୍ରଥମ ମହିଳା ସାପ ଧରାଳି: ହାପି ବର୍ଥଡେ ସିଲକା ସଲୋନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଓଡିଶାର ପ୍ରଥମ ମହିଳା ସାପଧରାଳି ସିଲକା ସେଲୋନୀଙ୍କ ଜନ୍ମଦିନ । ତାଙ୍କ ନାଁ’ ଯେମିତି ନିଆରା, ତାଙ୍କ କାମ ମଧ୍ୟ ସେମିତି ନିଆରା । ଅନୁଗୁଳ ଜିଲ୍ଲାର ଝିଅ ସିଲକା ପ୍ରକୃତିକୁ ଭଲ ପାଆନ୍ତି । ବନ୍ୟପ୍ରାଣୀଙ୍କଠୁ ଆରମ୍ଭ କରି ପୋଷା ଜୀବ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଖୁବ ସ୍ନେହ କରନ୍ତି । ସାମ୍ବାଦିକତାକୁ ପେସା ଓ ସାପ ଧରିବାକୁ ନିଶା କରି ଜୀବନର ଓଠାଣି ଗଡାଣି ରାସ୍ତାରେ ସେ ଆଗେଇ ଚାଲିଛନ୍ତି । ଛୋଟବେଳୁ ଜୀବଜନ୍ତୁଙ୍କ ପ୍ରତି ସେ ଆକର୍ଷିତ ହୁଅନ୍ତି । ଏହାସହିତ ସେ ଜଣେ ମିଷ୍ଠଭାଷି, ସ୍ନେହୀ ମଣିଷ ।

ଭାଈଙ୍କୁ ପ୍ରେରଣାର ଉତ୍ସ କରି ସେ ସାପ ଧରିବା ଆରମ୍ଭ କରିଥିଲେ । ସେ ବିଭିନ୍ନ ପ୍ରକାର ସାପ ଧରଛନ୍ତି । ସାପ ଧରିବା ସମୟରେ ସେ ଅନେକ ଥର ସାପର ଚୋଟ ମଧ୍ୟ ଖାଇଛନ୍ତି । ଏହା ସତ୍ତ୍ୱେ ସେ ହାରି ଯାଇନାହାଁନ୍ତି । ସାହାସର ସହ ସାପ ଧରି ସେ ପାଲଟିଛନ୍ତି ଅନେକ ନାରୀଙ୍କ ପାଇଁ ପ୍ରେରଣାର ଉତ୍ସ ଓ ସାପ ଧରୁଥିବା ଓଡିଶାର ପ୍ରଥମ ମହିଳା । ଆଜି ତାଙ୍କ ଜନ୍ମ ଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Get real time updates directly on you device, subscribe now.