fbpx

‘ଆନିମଲ’ ବକ୍ସ ଅଫିସ କଲେକ୍ସନ: ୧୩ ଦିନରେ ଆୟ କଲା ୪୬୭.୮୪ କୋଟି

Advertisement

ମୁମ୍ଵାଇ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଭାରତରେ କ୍ରମାଗତ ଭାବେ ୫୦୦ କୋଟି ଟଙ୍କାର ଆୟ ପାଖାପାଖି ପହଞ୍ଚିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୁଧବାର ଭାରତରେ ପାଖାପାଖି ୧୦ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅନୀଲ କପୁର, ରଶ୍ମିକା ମନ୍ଦାନା, ବବି ଦେଓଲ ଓ ତୃପ୍ତି ଡିମରି ମଧ୍ୟ ନଜର ଆସିବେ ।

ଡିସେମ୍ବର ୧ରେ ଭାରତରେ ସମସ୍ତ ଭାଷାରେ ୬୩.୮ କୋଟି ଟଙ୍କା ଆୟ କରିଥିବା ‘ଆନିମଲ’ ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୩ ଦିନରେ ୧୦ କୋଟି ଟଙ୍କା ଆୟ କରିଛି, ଯାହାଫଳରେ ଘରୋଇ ବକ୍ସ ଅଫିସରେ ସମସ୍ତ ଭାଷାରେ ଏହାର ମୋଟ ଆୟ ୪୬୭.୮୪ କୋଟି ଟଙ୍କାରେ ପହଞ୍ଚିଛି। ଦ୍ୱାଦଶ ଦିନରେ ‘ଆନିମଲ’ ଭାରତରେ ସମସ୍ତ ଭାଷାରେ ୧୨.୭୨ କୋଟି ଟଙ୍କା ସଂଗ୍ରହ କରିଥିଲା। ରିଲିଜ୍ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୩୦୦ କୋଟି କ୍ଲବରେ ପ୍ରବେଶ କରିଛି।

‘ଆନିମଲ୍ସ’ ପ୍ରଥମ ସପ୍ତାହରେ ଭାରତରେ ସମସ୍ତ ଭାଷାରେ ୩୩୭.୫୮ କୋଟି ଟଙ୍କା ଆୟ ହୋଇଥିବା ବେଳେ କେବଳ ହିନ୍ଦୀ ପାଇଁ ୩୦୦.୮୧ କୋଟି ଟଙ୍କା ରହିଛି। ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ମାଲାୟାଲମ୍ ଆଦି ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ । ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ତେଲୁଗୁରେ ୩୩.୪୫ କୋଟି ଟଙ୍କା ଆୟ କରିଥିବା ବେଳେ ଚଳଚ୍ଚିତ୍ରର ତାମିଲ ସଂସ୍କରଣ ୨.୭୩ କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ସପ୍ତାହରେ କନ୍ନଡରେ ୫୨ ଲକ୍ଷ ଏବଂ ମାଲାୟାଲମରେ ୭ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା ।

Get real time updates directly on you device, subscribe now.