fbpx

ଜମି ହଡପ ମାମଲାରେ ଅନିରୁଦ୍ଧ ପଣ୍ଡା ଗିରଫ

ଖୋର୍ଦ୍ଧା,୧୦ ।୧୧(ଓଡିଶା ଭାସ୍କର): ଖୋର୍ଦ୍ଧା ସାରୁଅରେ ଓଟିଭିର ଦଳିତ ଜମି ହଡ଼ପ ମାମଲାରେ ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ ହୋଇଛନ୍ତି । ଅନିରୁଦ୍ଧଙ୍କୁ ଗିରଫ କରିଛି ବାଘମାରୀ ଥାନା ପୋଲିସ । ଦୁଇଟି ମାମଲାରେ ସହଯୋଗ ନ କରିବାରୁ ଅନିରୁଦ୍ଧ ଗିରଫ ହୋଇଥିବା ସୂଚାନ ମିଳିଛି ।

ତେବେ ଅନିରୁଦ୍ଧଙ୍କ ବିରୋଧରେ ଆଇପିସି ୪୪୭, ୨୯୪, ୫୦୬ ଓ ୩୪ ଦଫା ଲାଗିଛି । ଏହାଛଡ଼ା ଏସସି/ଏସଟି ଆଇନରେ ବି ଦଫା ଲଗାଇଛି ପୋଲିସ । ଅନ୍ୟମାନଙ୍କ ବିରୋଧରେ ପ୍ରମାଣ ମିଳିଲେ ଗିରଫ କରାଯିବ । ମାମଲାର ତଦନ୍ତ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ଆଜି ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.