fbpx

ଭାରତରୁ ପାକିସ୍ତାନ ଯାଇ ଏମିତି ଗୀତରେ ରିଲ୍ସ କଲେ ଅଞ୍ଜୁ…

ଓଡିଶା ଭାସ୍କର; ପ୍ରଥମେ ଫେସବୁକରୁ ପରିଚୟ ପରେ ପ୍ରେମ, ଆଉ ସେହି ପ୍ରେମ ଟାଣି ନେଇଥିଲା ପର ଦେଶକୁ । ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଥିଲେ ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ ଚାଲିଯିବା ସହ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଥିବା ଖବର ମିଳିଥିଲା। ବିବାହ ପରେ ସେଠାରେ ସେ ବୁର୍ଖା ପିନ୍ଧୁଥିବା ଦେଖିବାକୁ ମିଳିଥିଲା ।

ସୂଚନାଥାଉ ଯେ, ରାଜସ୍ଥାନରୁ- ପାକିସ୍ତାନ ଚାଲିଯାଇଥିବା ଖ୍ରୀଷ୍ଟିୟାନ ଧର୍ମ ପରିବର୍ତ୍ତନ କରି ବର୍ତ୍ତମାନ ଇସଲାମ ଧର୍ମ ଗ୍ରହଣ କରି ପାକିସ୍ତାନରେ ରହୁଛନ୍ତି ଅଞ୍ଜୁ । ନିଜ ଧର୍ମ ପରିବର୍ତ୍ତନ କରି ନିଜ ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିସାରିଛନ୍ତି ଅଞ୍ଜୁ । ତେବେ ଇସଲାମ ଗ୍ରହଣ କରିବା ପରେ ଅଞ୍ଜୁ ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖାଯାଇଥିଲା। ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରିବା ସହ ସେ ଅଗଷ୍ଟ ୧୫ରେ ଭାରତର ସ୍ୱାଧୀନତା ଦିବସ ମଧ୍ୟ ପାଳନ କରିଥିଲେ। ଏମିତି କି ସେ ୟେ ମେରା ଇଣ୍ଡିଆ ଗୀତରେ ମଧ୍ୟ ରିଲ୍ସ କରିଥିବା ଦେଖାଯାଇଥିଲା, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକିସ୍ତାନ ଯିବା ପରେ ଅଞ୍ଜୁ ଭାରତକୁ ବହୁତ ମନେ ପକାଉଥିବା କହିଛନ୍ତି।

Anju Pakistan News: પાકિસ્તાનમાં અંજુએ યે મેરા ઈન્ડિયા ગીત પર કર્યો ડાન્સ, સીમા હૈદરને લઈને કહી આ વાત - Anju Pakistan News Anju danced on Yeh Mera India song in Pakistan, said

ଅଞ୍ଜୁଙ୍କ ଅନୁଯାୟୀ ଉଭୟ ଭାରତ ଏବଂ ପାକିସ୍ଥାନ ସୁନ୍ଦର ଦେଶ ଏବଂ ସେ ଦେଶଦ୍ରୋହୀ ନୁହଁନ୍ତି । ଅଞ୍ଜୁ କହିଥିଲେ ‘ସମସ୍ତେ ଅନୁଭବ କରୁଛନ୍ତି ଯେ ମୁଁ ଆସି ଏହି ସ୍ଥାନକୁ ପ୍ରଶଂସା କରୁଛି। ସେପରି ଆ‌ଦୌ ବି ନୁହେଁ। ଭାରତ ମଧ୍ୟ ଖୁବ୍ ସୁନ୍ଦର। ଏହା ପୂର୍ବରୁ ଗୋଟାଏ ଦେଶ ହିଁ ଥିଲା। ଏହା ନୁହେଁ ଯେ ମୁଁ ଭାରତକୁ ଭଲପାଏ ନାହିଁ ।’ ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମଧ୍ୟ ଭାରତ ଫେରିଯିବି। ମୁଁ ଆଦୌ ବି ଦେଶଦ୍ରୋହୀ ନୁହେଁ। ନସରୁଲ୍ଲାଙ୍କୁ ନେଇ ଭାରତ ଯିବି।’ ହେଲେ ଅଞ୍ଜୁଙ୍କ ଭିସା ଯାହା ଅଗଷ୍ଟ ୨୦ରେ ଶେଷ ହେବା କଥା, ତାହା ବର୍ତ୍ତମାନ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି।

ଅଞ୍ଜୁ ପ୍ରେମ ପାଇଁ ଭାରତ ଛାଡି ଚାଲିଯାଇଥିବା ବେଳେ ସେହିପରି ପାକିସ୍ତାନରୁ ସୀମା ହାଇଦର ପ୍ରେମ ପାଇଁ ଭାରତ ପଳେଇ ଆସିଛନ୍ତି । ଅଞ୍ଜୁ ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ସୀମା ହାଇଦର ଭାରତରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । କିନ୍ତୁ ସଞ୍ଜୁ ଓ ସୀମାଙ୍କ ଭିତରେ ଅନେକ କିଛି ଫରକ ଦେଖା ଦେଇଛି । ଅଞ୍ଜୁ ପାକିସ୍ତାନ ଯାଇ ବି ଭାରତକୁ ଭଲ ବୋଲି କହିଛନ୍ତି ଓ ଭାରତୀୟ ଦେଶାତ୍ମକବୋଧ ଗୀତରେ ରିଲ୍ସ ମଧ୍ୟ କରିଛନ୍ତି । ପାକିସ୍ତାନ ଯିବା ପରେ ବି ସେ ଭାରତକୁ ସମ୍ମାନ ଜଣାଇଛନ୍ତି । କିନ୍ତୁ ପାକିସ୍ତାନରୁ ଆସିଥିବା ସୀମାଙ୍କ କ୍ଷେତ୍ରରେ ଭିନ୍ନ କିଛି ଦେଖିବାକୁ ମିଳିଛି।

Pakistani woman Seema Haider raises 'Hindustan Zindabad', 'Pakistan Murdabad' slogans, declines movie offer | Etimes - Times of India Videos

ସୀମା ହାଇଦର ଭାରତ ଆସିବା ପରେ ଭାରତର ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଆଉ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ଯେ, ସେ ହିନ୍ଦୁସ୍ତାନ ଜିନ୍ଦାବାଦ ନାରା ଦେଉଥିବା ବେଳେ ପାକିସ୍ତାନ ମୁର୍ଦ୍ଦାବାଦ ବୋଲି ନାରା ଲଗାଇଛନ୍ତି । ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା ବୋଲି ନାରା ଲଗାଇଛନ୍ତି । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ବାନ୍ଧିଛନ୍ତି ‘ଜୟ ମାତାଦି’ ର କପଡ଼ା । ବନ୍ଦେ ମାତରମ୍ ବ୍ୟତୀତ ମୋଦୀ ସରକାର ଓ ଯୋଗୀ ସରକାରଙ୍କ ଜୟଗାନ ମଧ୍ୟ କରିଛନ୍ତି ଜଣେ ପାକିସ୍ତାନି ମହିଳା । ତେବେ ଉଭୟେ ମହିଳା ପ୍ରେମ ପାଇଁ ଦେଶ ବଦଳାଇଥିବା ବେଳେ ଭିନ୍ନ ଭିନ୍ନ ପରିବର୍ତ୍ତନ ଦେଖାଇଛନ୍ତି । ଯାହାକୁ ନେଇ ସାଧାରଣରେ ଏବେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି।

Get real time updates directly on you device, subscribe now.