fbpx

JNU ଆଲୁମିନି ଆସୋସିଏସନ ପକ୍ଷରୁ ଆନୁଆଲ ମିଟ ଉଦଘାଟିତ

ଭୁବନେଶ୍ୱର: JNU ଆଲୁମିନି ଆସୋସିଏସନ ପକ୍ଷରୁ ଆନୁଆଲ ମିଟ -୨୦୨୪ ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନରେ ଏହି ଉଦଘାଟନୀ ଉତ୍ସବ ପାଳନ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ JNU ଭିସି ପ୍ରଫେସର ଶାନ୍ତିଶ୍ରୀ ଧୂଳୀପୁଡ଼ି ପଣ୍ଡିତ ଏବଂ ସାଇନ୍ସ ଓ ଟେକନୋଲୋଜି, SSEPD ଏବଂ ପବ୍ଲିକ ଏଣ୍ଟରପ୍ରାଇଜେସର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।

ଏହି ଆଲୁମିନି ମିଟ୍ ରେ ଯୋଗ ଦେଇ JNUର ଭାଇସ ଚାନ୍ସଲର ପ୍ରଫେସର ଶାନ୍ତିଶ୍ରୀ ଧୂଳୀପୁଡ଼ି ପଣ୍ଡିତ କହିଛନ୍ତି ଯେ, ପାର୍ଲାମେଣ୍ଟରୁ JNU କ୍ୟାମ୍ପସ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସ୍ୱଳ୍ପ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପଥ ଅତିକ୍ରମ କରିବା ପରେ ଏହା ପ୍ରମାଣ ହୋଇଯାଇଛି । JNUରେ ଓଡ଼ିଶାର ସର୍ବାଧିକ ପିଲା ପାଠ ପଢୁଛନ୍ତି । ତେଣୁ ଏହାକୁ ଭିତ୍ତି କରି ସ୍ପେଶାଲ ଓଡ଼ିଆ ସିଟ୍ ରଖାଯାଇଛି । ଏଠାରେ ଓଡ଼ିଶାର ସର୍ବାଧିକ ପିଲା ପାଠ ପଢୁଛନ୍ତି, ତେଣୁ JNUକୁ ଜବାହାରଲାଲ ନେହେରୁ ୟୁନିଭରସିଟି ପରିଵର୍ତ୍ତେ ଶ୍ରୀ ଜଗନ୍ନାଥ ୟୁନିଭରସିଟି ବୋଲି କୁହାଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ଶହ ଶହ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହାସହିତ ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ WODCର ଚେୟାରମ୍ୟାନ ଅସିତ କୁମାର ତ୍ରିପାଠୀ, ମିଶନ ଶକ୍ତିର କମିସନର ତଥା ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ଖଲ୍ଲିକୋଟ ୟୁନିଭରସିଟିର ପୂର୍ବତନ ଭିସି ପ୍ରଫେସର ଆଶା ହଂସ, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ଏବଂ ଓଡିଶା ଟାଟା ଷ୍ଟିଲ ସିଏସଆର ମୁଖ୍ୟ ଡକ୍ଟର ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଛନ୍ତି ।

Get real time updates directly on you device, subscribe now.