fbpx

ମାଡ଼ିଲା ବିପଦ: ଓଡ଼ିଶାରୁ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଛି ଆଇଏଲଏସ ।ଏହି କ୍ରମରେ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ସମ୍ପୃକ୍ତ ୫ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ନେଇ ଅନୁଧ୍ୟାନ ଚାଲିଛି ବୋଲି ଆଇଏଲଏସ କହିଛି ।

ଅନ୍ୟପଟେ କୋଭିଡ ମୁକାବିଲା ନେଇ ୮ଟି ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଟେଷ୍ଟିଂ, ହସ୍ପିଟାଲ କ୍ଷମତା/ପ୍ରସ୍ତୁତି, ଟିକାକରଣ ବୃଦ୍ଧି ପାଇଁ ଚିଠି ଲେଖିଛନ୍ତି । ଦିଲ୍ଲୀ, ହରିଆଣା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

Get real time updates directly on you device, subscribe now.