fbpx

ମୁଣ୍ଡବିନ୍ଧାର କାରଣ ହେଲା ମଙ୍କିପକ୍ସ: ଭାଇରସରେ ଆଉ ଜଣେ ନୂଆ ସଂକ୍ରମିତ ଚିହ୍ନଟ

Advertisement

କେରଳ: ଦେଶରେ ମହାମାରୀ କରୋନା ସଂକ୍ରମଣ ଏବେ ବି ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ଉପରେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ ଭାଇରସ । ୟୁଏଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏ ନେଇ ସ୍ପଷ୍ଟ କରିଛନ୍ତି । ରୋଗୀଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାସହିତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ଉପରେ କଡା ନଜର ରଖାଯାଇଛି ।

ନିକଟରେ କେରଳରୁ ମଙ୍କିପକ୍ସର ଦୁଇଟି କେସ ଚିହ୍ନଟ ହୋଇଥିଲା । ଏହାପରେ ସଂକ୍ରମିତ ଏବଂ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଅଲଗା ରହିବା ସହିତ ନମୁନା ପରୀକ୍ଷାଏବଂ ଉପଚାର କରିବା ପାଇଁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ପାଇଁ ସରକାର ଏହି ଗାଇଡଲାଇନ ଜାରି କରିଛନ୍ତି । ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ବ୍ୟାପିଥିବା ଦେଶକୁ ଯାତ୍ରା କରିଥିବା ବ୍ୟକ୍ତିଙ୍କ ଦେହରେ କୌଣସି ଲକ୍ଷଣ ଦେଖାଗଲେ ତାଙ୍କୁ ଚେକଅପ କରାଇନେବା ଉଚିତ । ତେବେ ମୁଣ୍ଡବନ୍ଧା, ଲାଲ ଦାଗ କିମ୍ବା ଜ୍ୱର ଇତ୍ୟାଦି ହେଉଛି ମଙ୍କିପକ୍ସ ଭାଇରସର ଲକ୍ଷଣ ।

ସ୍ୱାସ୍ଥ୍ୟ ବିଭାଗର ଏସଓପି ଅନୁଯାୟୀ, ମଙ୍କିପକ୍ସର ସଂକ୍ରମିତ କିମ୍ବା ସମ୍ଭାବିତ ରୋଗୀମାନଙ୍କ ଚିକିତ୍ସା ପୃଥଖ ଭାବରେ କରାଯିବ । ଏହାସହିତ ସେମାନଙ୍କର ସ୍ୱାସ୍ଥ୍ୟ ରିପୋର୍ଟ ଯତାଶୀଘ୍ର ଡିଏସଓଙ୍କୁ ଦିଆଯିବ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଦ୍ୱାରା ଦିଆଯାଇଥିବା ନିୟମ ସଂଗ୍ରହ କରାଯିବା ସହ ଲ୍ୟାବକୁ ପଠାଇବା ଡିଏସଓଙ୍କ ଦାୟିତ୍ୱରେ ରହିବ । ଗତ ଜୁଲାଇ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.