fbpx

ଜ୍ୟାକଲିନ-ସୁକେଶଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଭାଇରାଲ: ବେକରେ ରହିଛି Love Bite

ମୁମ୍ବାଇ: ୨୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେଲରେ ରହିଥିବା କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଛି । ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ପୂର୍ବରୁ ମଧ୍ୟ ଭାଇରାଲ ହୋଇଥିଲା । ପୂର୍ବରୁ ଉଭୟ ପରସ୍ପରକୁ କିସ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଏହି ଫଟୋରେ ଜ୍ୟାକଲିନଙ୍କ ବେକରେ ଲଭ ବାଇଟର ଚିହ୍ନ ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଏହି ଫଟୋରେ ସୁକେଶ ଜ୍ୟାକଲିନଙ୍କ ନାକକୁ କିସ୍ କରୁଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ମଧ୍ୟ ଏହି ଦୁଇ ଜଣଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଛି । ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ପ୍ରଦାନ କରିଥିଲା । ପୂର୍ବରୁ ଭାଇରାଲ ହୋଇଥିବା ଫଟୋଟି ଏପ୍ରିଲ-ଜୁନ ୨୦୨୧ରେ ଉଠାଯାଇଥିବା କୁହାଯାଉଛି । କନମ୍ୟାନ ସୁକେଶ ଏହି ସମୟରେ ଅନ୍ତରୀଣ ଜାମିନରେ ବାହାରେ ଥିଲା । ଉଭୟ ପରସ୍ପରକୁ ୪ଥର ଚେନ୍ନାଇରେ ଭେଟିଥିବା ଇଡି ପକ୍ଷରୁ ଅଭିଯୋଗ ମଧ୍ୟ କରାଯାଇଛି ।

୨୦୦ କୋଟି ଠକେଇର ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କ ପାଇଁ ପ୍ରାଇଭେଟ ଜେଟ ବ୍ୟବସ୍ଥା କରିଥିବା ମଧ୍ୟ କୁହାଯାଉଛି । ଏହି ଫଟୋରେ ସୁକେଶ ଜ୍ୟାକଲିନଙ୍କୁ କିସ କରୁଥିବା ଦେଖିବାକୁ ମିଳିଛି । ଉଭୟ ଏକ ଦର୍ପଣ ସାମ୍ନାରେ ରହିଥିବା ବେଳେ ସୁକେଶ ନିଜ ଆଇଫୋନ୧୨ରେ ଫଟୋ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ସୁକେଶଙ୍କ ଓକିଲ ପୂର୍ବରୁ ଖୁଲାସା କରିଥିଲେ ।

Get real time updates directly on you device, subscribe now.