Breaking: ପୁଣି ପ୍ଲାଣ୍ଟରେ ବିସ୍ଫୋରଣ, ୪ ଜଣ ମେଡିକାଲରେ ଭର୍ତ୍ତି

ପ୍ଲାଣ୍ଟରେ ବିସ୍ଫୋରଣ। ଆହତଙ୍କୁ RGHରେ ଭର୍ତ୍ତି। ମହାବୀର ଫେରୋ SMS-2ରେ ବିସ୍ଫୋରଣ ସୂଚନା।

ରାଉରକେଲା: ପୁଣି ଥରେ ରାଉରକେଲା କାରଖାନାରେ ବିସ୍ଫୋରଣ। ବିସ୍ଫୋରଣରେ ଆହତ ହୋଇଛନ୍ତି ୪ ଜଣ ବ୍ୟକ୍ତି। ବାରମ୍ୱାର ରାଉରକେଲା କାରଖାନାରୁ ଏପରି ଘଟଣା ସାମ୍ନାକୁ ଆସୁଛି। ହେଲେ ବିଷ୍ଫୋରଣକୁ ରୋକାଯାଇ ପାରୁନାହିଁ।

ପୂର୍ବରୁ ମଧ୍ୟ ଅନେକ ଥର ଏପରି ବିସ୍ଫୋରଣର ଚିତ୍ର ସାମ୍ନାକୁ ଆସିଛି। ଅନେକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ହେଲେ ଏଥର କେହି ପ୍ରାଣ ହରାଇ ନାହାନ୍ତି। ବରଂ ୪ ଜଣ ଶ୍ରମିକ ବିସ୍ଫୋରଣରେ ଆହତ ହୋଇଛନ୍ତି। ସେମାନଙ୍କୁ RGHରେ ଭର୍ତ୍ତି କରାଯାଇଛି।

କଲୁଙ୍ଗା ଶିଳ୍ପାଞ୍ଚଳର ଏକ କାରଖାନାରେ ବିସ୍ଫୋରଣ ଘଟିଥିବା ଜଣାପଡିଛି। ମହାବୀର ଫେରୋ SMS-2ରେ ବିସ୍ଫୋରଣ ହୋଇଥିବା କଥା ସାମ୍ନାକୁ ଆସିଛି।