fbpx

Video: ସୌନ୍ଧଯ୍ୟର ଆଉ ଏକ ରୂପ ଚନ୍ଦନ ଧାରା ବା ଚନ୍ଦନେଶ୍ୱର ଶୈବ ପୀଠ

ନବରଙ୍ଗପୁର: ଶିବ ହିଁ ସତ୍ୟ ଆଉ ଶିବ ହିଁ ସୁନ୍ଦର। ସେଥିପାଇଁ ତ କୁହାଯାଉଛି ସତ୍ୟମ ଶିବମ ସୁନ୍ଦରମ, ଯେଉଁଠି ଶିବଙ୍କ ବାସ ସେଠି ପ୍ରକୃତି ମଧ୍ୟ ନିଜର ମନୋରମ ମନଲୋଭା ରୂପରେ ବିମୋହିତ କରି ତୋଳିଥାଏ ଭକ୍ତର ହୃଦୟ। ସେଭଳି ଏକ ଶୈବ ପୀଠ ଚନ୍ଦନଧାରା ଯାହା ଥରେ ନ ଦେଖିଲେ ବିଶ୍ୱାସ କରିହେବନି। ଅବିସ୍ମରଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପୀଠରେ ପ୍ରକୃତିର ଗଭାରେ ସତେ ଯେମିତି ଖୋସି ହୋଇ ରହିଛି ବାବା ଭୋଳାନାଥ ବା ଶିବଙ୍କ ମନ୍ଦିରଟି। ପାହାଡ଼ରେ ଚୁଡା ଦେଶ ମନ୍ଦିରରେ ବାବା ଅଧିଷ୍ଠିତ ଆଉ ପାହାଡ଼ର ତଳଦେଶରେ ଏକ ଗୁମ୍ଫା ମଧ୍ୟରେ ପୂଜାପାଆନ୍ତି ମାଆ ପାର୍ବତୀ ଆଉ ମଝିରେ ଚନ୍ଦନଧାରା ନଦୀର ଜଳସ୍ରୋତ, ଶ୍ରାବଣ ତ ଏହାର ସୌନ୍ଧର୍ୟ୍ୟ କୁ ଦ୍ବିଗୁଣିତ କରିପକାଏ ଆଉ ସଭିଙ୍କୁ ଭାବୁକ କରିପକାଏ। ପର୍ଯ୍ୟଟକଙ୍କ ଆଖି ଲାଖିଗଲା ଭଳି ନଯାରା ଏଠି ଦେଖିବାକୁ ମିଳିଥାଏ।

ଏଠିକୁ ଆସିବାକୁ ହେଲେ ଝରୀଗାଁ ଠାରୁ ୨୫କିଲୋମିଟର ଦୂର ଟେମେରା ଗ୍ରାମକୁ ଆସିବାକୁ ହୋଇଥାଏ। ଏଠାରେ ଥିବା ଶ୍ରୀ ଚନ୍ଦନେଶ୍ୱର କମିଟି ମନ୍ଦିରର ପରିଚାଳନା ଦାୟିତ୍ୱରେ ରହିଛି। ଦୀର୍ଘଦିନ ହେବ ଅବହେଳିତ ଅବସ୍ଥାରେ ପଡିରହିଥିଲା ଏହି ଶୈବ ପୀଠ କିନ୍ତୁ ଯାହା ଶୁଣିବାକୁ ମିଳୁଛି ବର୍ତ୍ତମାନ ପର୍ଯ୍ୟଟନ ବିଭାଗ ଏହି ପୀଠକୁ ଦୃଷ୍ଟି ଦେବା ପରେ ଏହାର ରୂପରେଖ ଧୀରେ ଧୀରେ ପରିବର୍ତନ ହେବାକୁ ଲାଗିଛି ବର୍ତ୍ତମାନ ଗମନା ଗମନ ଲାଗି ସୁବ୍ୟବସ୍ଥା ମଧ୍ୟ ରହିଛି ଏହାଛଡା ସମସ୍ତ ପ୍ରକାର ବିକାଶ ମୂଳକ କାର୍ୟ୍ୟ ତଥା ଭିତିଭୂମିର ଉନ୍ନତି କୁ ବେସ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି।

ତେବେ ଶ୍ରାବଣର ଶେଷ ସୋମବାର ଏଠି ଲାଗିରହିଥିଲା ପ୍ରବଳ ଭିଡ଼, ଭକ୍ତଙ୍କୁ ମନ୍ଦିର କମିଟି ତରଫରୁ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ଚନ୍ଦନଧାରା ଶୈବ ପୀଠକୁ କେବଳ ଯେ ନବରଙ୍ଗପୁର ଜିଲାରୁ ନୁହେଁ ଓଡିଶା ବାହାରୁ ଛତିଶଗଡ, ବିହାର ଭଳି ଦୂରଦୂରାନ୍ତରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି। ଚଳିତ ଶ୍ରାବଣରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ ସାରି ଏହି ଚନ୍ଦନଧାରା ଶୈବ ପୀଠକୁ ଅସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ ଦର୍ଶକ। ଜଦି ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇ ପାରନ୍ତା ଆଉ ଏହାର ପ୍ରଚୁର ବିକାଶ ଲାଗି ଗୁରୁତ୍ୱ ଦିଆଯାଇପାରନ୍ତା ତେବେ ନିଶ୍ଚିତ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ନିଶ୍ଚିତ ଭାବେ ଏ ଅଞ୍ଚଳ ର ଅଧିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ମଧ୍ୟ ହୋଇପାରନ୍ତା।

Get real time updates directly on you device, subscribe now.