fbpx
BSKY SKY
BSKY SKY

ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଡବଲ୍ ବେନିଫିଟ୍: DAବୃଦ୍ଧି ସହ ମିଳିବ Promotion, ଖୁବଶୀଘ୍ର ହେବ ଘୋଷଣା

BSKY

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିବ । କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ସହିତ ଆଉ ଏକ ଖୁସି ଖବର ମିଳିବାକୁ ଯାଉଛି । ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ସରକାର ଚଳିତ ସପ୍ତାହରେ ଅଧକାରୀଙ୍କର ପ୍ରମୋସନ ନେଇ ଘୋଷଣା କରିପାରନ୍ତି । ଏନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଯାଇଛି ।

ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଗତମାସରେ କେନ୍ଦ୍ର ସଚିବାଳୟର ରାଜଭାଷା ସେବା ଗ୍ରୁପ-ଏ’ର ଅଧିକାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଭେଟିଥିଲେ । ପ୍ରମୋସନ ପ୍ରକ୍ରିୟା ନିୟମ ଅନୁଯାୟୀ ଜାରି ରହିଛି ବୋଲି ଶ୍ରୀ ସିଂହ କହିଥିଲେ । ଏହି ପ୍ରମୋସନ ପାଇଁ ୧ ବର୍ଷରୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ଜରୁରୀ । ଏନେଇ ସହାନୁଭୂତି ପୂର୍ବକ ବିଚାର କରାଯାଇ ପଦୋନ୍ନତି ଦିଆଯିବ ବୋଲି ସେ କହିଥିଲେ ।

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ପାଇଛି । ଏଆଇସିପିଆଇ ଇଣ୍ଡେକ୍ସକୁ ଆଧାର କରି ସରକାର ଡିଏ ୪ ପ୍ରତିଶତ ବଢ଼ାଇଛନ୍ତି । ଏହାଫଳରେ କର୍ମଚାରୀଙ୍କ ଡିଏ ଏବେ ୩୮ ପ୍ରତିଶତରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ଗତ ଜୁଲାଇ ୧ରେ ସରକାର ୮୦୮୯ କର୍ମଚାରୀଙ୍କ ପ୍ରମୋସନ କରିଥିଲେ । ସେଥିରେ ୪୭୩୪ କେନ୍ଦ୍ରୀୟ ସଚିବାଳୟ, ୨୯୬୬ କେନ୍ଦ୍ରୀୟ ସଚିବାଳୟ ଆଶୁଲିପିକ ସେବା ଓ ୩୮୯ କେନ୍ଦ୍ରୀୟ ସଚିବାଳୟ ଲିପିକ ସେବା କର୍ମଚାରୀ ସାମିଲ ରହିଥିଲେ ।

Get real time updates directly on you device, subscribe now.