fbpx

ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ବଳି ପଡୁଛନ୍ତି ଭାରତୀୟ: ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ସୂଚନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପ୍ରତିଦିନ ଶହ ଶହ ସୈନ୍ୟସାମନ୍ତଙ୍କ ସହ ବଳି ପଡୁଛି ସାଧ।।ରଣ ଜନତାଙ୍କ ମୂଲ୍ୟବାନ ଜୀବନ । ଏଥି ମଧ୍ୟରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ପଞ୍ଜାବର ଚନ୍ଦନ ଜିନ୍ଦଲ ନାମକ ଜଣେ ଭାରତୀୟ ଛାତ୍ର ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ନବୀନଙ୍କ ପରେ ଚନ୍ଦନ ଦ୍ୱିତୀୟ ଭାରତୀୟ ଛାତ୍ର ଭାବେ ୟୁକ୍ରେନ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି ।

ଚନ୍ଦନଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସମେତ ସାରା ଗାଁରେ ଖେଳିଯାଇଛି ଶୋକର ଛାୟା । ପୁଅଙ୍କ ମୃତଦେହ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ଛାତ୍ରଙ୍କ ବାପା ଚିଠି ଲେଖିଛନ୍ତି । ତେବେ ଚନ୍ଦନଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ଚନ୍ଦନ ୟୁକ୍ରେନରେ ଡାକ୍ତରୀ ପଢୁଥିଲେ । କିନ୍ତୁ ଆଜି ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରାଣ ହରାଇଛନ୍ତି ପଞ୍ଜାବର ଚନ୍ଦନ ଜିନ୍ଦଲ ।

Get real time updates directly on you device, subscribe now.