ବଡ଼ ଖବର: ପୁଣି ଜଣେ କିଟ୍ ଛାତ୍ରଙ୍କ ମୃତ୍ୟୁ, ନିର୍ମାଣଧୀନ କୋଠା ତଳୁ ମୃତଦେହ ଉଦ୍ଧାର

ପୁଣି ଜଣେ କିଟ୍ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମମେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣଧୀନ କୋଠା ତଳୁ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ମୃତ ଛାତ୍ର ଜଣକ କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷରେ ପଢୁଥିଲେ ।

ମୃତ ଛାତ୍ରଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ । ତାଙ୍କ ଘର ପଶ୍ଚିମବଙ୍ଗ ବାଁକୁରା । କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ ଅର୍ଣ୍ଣବ । ହଷ୍ଟେଲରୁ କେମିତି ଆସିଲେ ମଞ୍ଚେଶ୍ୱର, ତାହା ସ୍ପଷ୍ଟ ହୋଇନି ।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଏହି ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରି ମମେଶ୍ୱର ପୋଲିସ ତଦନ୍ତ ଜାରି ରଖିଛି । ଛାତ୍ରଙ୍କ ମୃତ୍ୟୁକୁ ନେଇ କିଟ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।