fbpx

୨୪ ଘଣ୍ଟାରେ ଭିତରେ ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ମତ୍ରାଧିକ ବର୍ଷା ଯୋଗୁଁ ବୁଡିଯାଉଛି ରାସ୍ତା ଘାଟ । ଏହାରି ମଧ୍ୟରେ ଆଉ ଏକ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ସେହି ୭ଟି ଜିଲ୍ଲା ଗୁଡିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ଦେବଗଡ଼, ସମ୍ବଲପୁର, କୋରାପୁଟ, ନବରଙ୍ଗପୁରକୁ ସତର୍କ ସୂଚନା ଜାରି କରାଯାଇଛି । ୭ରୁ ୧୦ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଏହା ବ୍ୟତୀତ ପ୍ରବଳ ବର୍ଷା ନେଇ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୬ଟି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଭିନ୍ନ ଜିଲ୍ଲାକୁ ଜାରିି ହେଲା ୟେଲୋ ୱାର୍ଣ୍ଣିଂ ।

Get real time updates directly on you device, subscribe now.