fbpx
BJD SKY
BJD SKY

ଆସୁଛି ଆଉ ଏକ ଲଘୁଚାପ ! ଅଗଷ୍ଟ ୬ରୁ ରାଜ୍ୟରେ ପ୍ରବଳ ବର୍ଷା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଗଷ୍ଟ ୬ରୁ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ପ୍ରଭାବରେ ୬ରୁ ୯ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ୨ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି। ମୌସୁମୀ-ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଅଗଷ୍ଟ ୫ ଯାଏ ପାଗ ଏହିଭଳି ଶୁଖିଲା ରହିବ।

ମୌସୁମୀ ଦୁର୍ବଳ ହେବା କାରଣରୁ ଦୁଇ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି । ମୌସୁମୀ ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଅଗଷ୍ଟ ୫ ଯାଏ ପାଗ ଶୁଖିଲା ରହିବ । କିଛି ସ୍ଥାନରେ କେବଳ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏ ଅଧିକ ରେକର୍ଡ କରାଯାଇଛି ।

ମୌସୁମୀ ନିମ୍ନ-ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଫଳ‌ରେ ରାଜ୍ୟରେ ବର୍ଷାର ପ୍ରଭାବ କମିଛି ଓ ଗତ ୨୪ ଘଣ୍ଟାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ମଝିରେ ମଝିରେ ଅପରାହ୍‌ଣରେ ପରିଚଳନଜନିତ ବର୍ଷା ହୋଇପାରେ।

Get real time updates directly on you device, subscribe now.