fbpx

(Video) ରାତି ଅଧରେ ଜନ୍ମଦିନ ପାଳି ବାହାରକୁ ଆସିଲେ ବାବୁସାନ, ଦେଖନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି କଳିର ବିପାଦ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବାବୁସାନ୍ ପୁଣି ରାତି ଅଧରେ ନିଜ ଜନ୍ମଦିନ ପାଳି ବାହାରକୁ ଆସିଥିବା ଦେଖିବାକୁ ମିଳିଛି । ରାତି ପ୍ରାୟ ୧ ଟାରେ ସେ ଘର ବାହାରକୁ ଆସିଥିଲେ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହା ସହ ବାବୁସାନ୍ ନିଜ ଜନ୍ମଦିନ ପାଳନ ନେଇ ପ୍ରତିକ୍ରିୟା ଦେଇଛନ୍ତି । କାଲି ନିଜର ଜନ୍ମଦିନ ପାଳନ ନେଇ ସୂଚନା ଦେଇଛନ୍ତି ବାବୁସାନ୍ । ବାପାମାଆଙ୍କ ସହ ଜନ୍ମଦିନ ପାଳିବି କହିଲେ ବାବୁସାନ୍ । ସ୍ତ୍ରୀ ଓ ପୁଅ ପାଖକୁ ଯାଇ ମଧ୍ୟ ଜନ୍ମଦିନ ପାଳିବେ କହିଛନ୍ତି ବାବୁସାନ୍ । ତେବେ ପୋଲିସ ପଚରାଉଚରା ପରେ ସବୁ ପ୍ରଶ୍ନର ଉତ୍ତର ଦେବି ବୋଲି କହିଲେ ବାବୁସାନ୍ । କି

ତେବେ ବାବୁସାନ ଏବଂ ପ୍ରକୃତି କାରରେ ଏୟାରପୋର୍ଟ ଯାଉଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଧରିଥିଲେ । ଏହାପରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ଭିଡିଓ ଭାଇରାଲ ହୋଇଥିଲା ।

ଘଟଣାକୁ ନେଇ ପ୍ରକୃତିଙ୍କ ବାପା, ମାଆ ଥାନାରେ ଏତଲା ଦେଇଥିଲେ । ବାବୁସାନଙ୍କ ପତ୍ନୀଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖାଯାଇଥିଲା । ଏହା ମଧ୍ୟରେ ପ୍ରକୃତିଙ୍କୁ ପୋଲିସ ଜେରା କରିସାରିଥିବା ବେଳେ ବାବୁସାନଙ୍କୁ ମଧ୍ୟ ପୂର୍ବରୁ ସମନ ଜାରି କରାଯାଇଥିଲା । ଗତ ୨୭ ତାରିଖରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତୃପ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ବାବୁସାନ ଅଭିଯୁକ୍ତ ଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ ।

Get real time updates directly on you device, subscribe now.