କିଟ୍ ହଷ୍ଟେଲ୍ ଭିତରେ ପୁଣି ପ୍ରାଣ ହରାଇଲେ ନେପାଳୀ ଛାତ୍ରୀ! ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସର ତଦନ୍ତ
କିଟ୍ କ୍ୟାମ୍ପସ୍ରେ ଛାତ୍ରୀଙ୍କ ଆତ୍ମହତ୍ୟା ।
ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟର ପିଛା ଛାଡୁନି ବିବାଦ । ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା । କିଟ୍ ହଷ୍ଟେଲ୍ ଭିତରେ ଆତ୍ମହତ୍ୟା କରିଥିବା ସୂଚନା । ଏନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସୂଚନା ଦେଇଛନ୍ତି ।
ଖବର ଅନୁସାରେ, ପୂର୍ବରୁ ଏକ ନେପାଳୀ ଛାତ୍ରୀ କିଟ୍ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ବେଳେ ହଷ୍ଟେଲରେ ଜୀବନ ହାରିଥିଲା । ଏବେ ପୁଣି ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ତଦନ୍ତ ଚଳାଇଛି ।
ପ୍ରାଥମିକ ସୂଚନା ଅନୁଯାୟୀ କ୍ୟାମ୍ପସ୍ରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା ନେଇ କିଟ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ପୂର୍ବରୁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ସାରା ବିଶ୍ବରେ ଚହଳ ପକାଇଥିଲା । ଏପର୍ଯ୍ୟନ୍ତ ମଧ୍ୟ ସମାଧାନ ହୋଇପାରି ନାହିଁ । ଏହାରି ଭିତରେ ପୁଣିଥରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦର ମୁଣ୍ଡ ଟେକିଛି ।