fbpx

ଟପ ପୋଷ୍ଟରେ ଆଉ ଜଣେ ଓଡ଼ିଆ: ପରବର୍ତ୍ତୀ ସେନାମୁଖ୍ୟ ହୋଇପାରନ୍ତି ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଉ ଏକ ଟପ ପୋଷ୍ଟରେ ସ୍ଥାନ ପାଇ ପାରନ୍ତି ଜଣେ ଓଡ଼ିଆ ପୁଅ । ଭାଇସ ଆର୍ମି ଚିଫ୍ ରହିଥିବା ଓଡ଼ିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତି ଦେଶର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରି ପାରନ୍ତି । ବୁଧବାର ତାମିଲନାଡୁର କୁନ୍ନୁରରେ ଭାରତର ସିଡିଏସ ବିପିନ ରାୱତ ଶହୀଦ ହୋଇଥିଲେ । ରାୱତଙ୍କ ମୃତ୍ୟୁ ସମୟରେ ଚଣ୍ଡୀ ପ୍ରସାଦ କତାରରେ ରହିଥିଲେ । ତେବେ ସେ ନିଜର ଗସ୍ତକୁ ତୁରନ୍ତ ସମାପ୍ତ କରିବା ସହିତ ଭାରତ ଫେରି ଆସିଥିଲେ । ସେ ଭାରତ ଫେରିବା ପରେ ତୁରନ୍ତ ଏକ କ୍ୟାବିନେଟ ସ୍ତରୀୟ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ।

ଜଗତସିଂହପୁରର ଚଣ୍ଡୀ ପ୍ରସାଦ ବର୍ତ୍ତମାନ ସେନା ଉପମୁଖ୍ୟ ରହିଛନ୍ତି । ବର୍ତ୍ତମାନର ସେନାମୁଖ୍ୟ ମନୋଜ ମୁକୁନ୍ଦ ନରାୱଣେ ପରବର୍ତ୍ତୀ ସିଡିଏସ ଦୌଡରେ ଆଗୁଆ ଅଛନ୍ତି । ନୌସେନା ମୁଖ୍ୟ ଆଡମିରାଲ ହରି କୁମାର ଏବଂ ଏୟାର ଚିଫ୍ ମାର୍ଶାଲ ଭି ଆର ଚୌଧୁରୀଙ୍କ ଠାରୁ ମନୋଜ ମୁକୁନ୍ଦ ନରାୱଣେ ଅଧିକ ଅଭିଜ୍ଞ ଥିବାରୁ ତାଙ୍କୁ ଏହି ପଦବୀ ମିଳିବାର ସମ୍ଭାବନା ରହିଛି । ଏପରି ହେଲେ ଉପମୁଖ୍ୟ ରହିଥିବା ଏହି ଓଡ଼ିଆ ପୁଅ ଜଣଙ୍କ ପରବର୍ତ୍ତୀ ସେନାମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରି ପାରନ୍ତି । ରାଜପୁତ ରେଜିମେଣ୍ଟସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ଫେବୃୟାରୀ ୧ ତାରିଖରେ ସେନା ଉପ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ବିଗତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପରମ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.