ବଦଳିବ ନବୀନ ବାବୁଙ୍କ ଆଉ ଏକ ଯୋଜନାର ନାମ: ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନାଁରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ପରିବର୍ତ୍ତନର ନୂଆ ଧାରା । ବିଜେଡି ଶାସନରେ ଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ ହେବାରେ ଲାଗିଛି । ବର୍ତ୍ତମାନ ଏହି ପୂର୍ବ ସରକାରଙ୍କର ଆଉ ଏକ ଯୋଜନାର ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ନୂଆ ସରକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ନାଁ ପରିବର୍ତ୍ତନ କରାଯିବା ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ନବୀନ ବାବୁଙ୍କ ଯୋଜନା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁରେ ପରିବର୍ତ୍ତନ କରାଯିବା ନେଇ ଘୋଷଣା କରାଯାଇଛି । ଏଣିକି ଏହି ଯୋଜନାର ନୂଆ ନା ମ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏ ନେଇ ଆଗାମୀ ୨ ଦିନ ଭିତରେ ଗାଇଡଲାଇନ୍ ଜାରି କରାଯିବ । ଏହି ଯୋଜନା ଅଧୀନରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବା ସହ ପଞ୍ଚାୟତର ପ୍ରତିନିଧି ମାନଙ୍କୁ କ୍ଷମତା ପ୍ରଦାନ କରାଯିବ । ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ଲୋକମାନଙ୍କ ପ୍ରସ୍ତାବ ଗ୍ରହଣ କରାଯିବ । ଲୋକମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବ ଅନୁସାରେ ହିଁ ଗ୍ରାମର ବିକାଶ ବ୍ୟବସ୍ଥା ଆଗକୁ ନେବେ ସରକାର ।

Get real time updates directly on you device, subscribe now.