fbpx

Whatsappରେ ଆସିଲା ଆଉ ଏକ ଦମଦାର ଫିଚର: ୟୁଜରଙ୍କ Mobile Number ରହିବ ପ୍ରାଇଭେଟ 

ନୂଆଦିଲ୍ଲୀ: ୟୁଜରମାନଙ୍କ ଡିମାଣ୍ଡକୁ ନଜରରେ ରଖି ଲଗାତାର ନୂଆ ଅପଡେଟ ଆଣୁଛି ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ । ଏବେ ଅଜଣା ନମ୍ବରରେ କଥା ହେବା ସମୟରେ ୟୁଜରଙ୍କ ମୋବାଇଲ ନମ୍ବର ଚୋରି ହୋଇପାରିବ ନାହିଁ । ଅନେକ ସମୟରେ ହ୍ୱାଟ୍ସଆପରେ କୌଣସି ଅଜଣା ବ୍ୟକ୍ତିଙ୍କୁ କିଛି ମେସେଜ କରିବାକୁ ହେଲେ, ତାଙ୍କ ନମ୍ବର ସେଭ୍ କରିବାକୁ ବାଧ୍ୟ ହୋଇଥାନ୍ତି ୟୁଜର । କିନ୍ତୁ ସେହି ବ୍ୟକ୍ତିଙ୍କ ନମ୍ବର ସେଭ କରିବାକୁ ଇଚ୍ଛା ନଥିଲେ ମଧ୍ୟ ଏମିତି କରିବାକୁ ଜଣେ ୟୁଜର ବାଧ୍ୟ ହୋଇଥାନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର ।

ହ୍ୱାଟ୍ସଆପରେ ବର୍ତ୍ତମାନ ଏକ ନୂଆ ଦମଦାର ଫିଚର ଆସିବାକୁ ଯାଉଛି । ଅଜଣା ବ୍ୟକ୍ତିଙ୍କ ନମ୍ବର ସେଭ ନ କରି ତାଙ୍କୁ ମେସେଜ କରିବା ଏବେ ସମ୍ଭବ ହୋଇପାରିବ । ଏଥିପାଇଁ ହ୍ୱାଟ୍ସଆପର ଏହି ଫିଚର ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି । ତେବେ ବର୍ତ୍ତମାନ ‘ହ୍ୱାଟ୍ସଆପ୍ ସର୍ଚ୍ଚ ୟୁଜରନେମ୍ ଫିଚର’ ମଧ୍ୟ ୱେବ କ୍ଲାଏଣ୍ଟସଙ୍କ ପାଇଁ ଉପଲବ୍ଧ ହୋଇପାରିବ । ତେବେ ବର୍ତ୍ତମାନ ହ୍ୱାଟ୍ସଆପର ଏହି ନୂଆ ଫିଚର ଡେଭଲପମେଣ୍ଟ ଫେଜରେ ରହିଛି । ତେବେ ବର୍ତ୍ତମାନ ଏହି ପିଚର ଆଣ୍ଡ୍ରଏଡ ପାଇଁ ହ୍ୱାଟ୍ସଆପ ବିଟାରେ ଦେଖିବାକୁ ମିଳିଛି । ୟୁଜରମାନଙ୍କ ପ୍ରାଇଭେସି ଏବଂ ସିକ୍ୟୁରିଟିକୁ ବଢାଇବା ପାଇଁ ଏହି ଫିଚରକୁ ଡେଭଲପ୍ କରାଯାଉଛି । ଏହି ନୂଆ ଫିଚର ହ୍ୱାଟ୍ସଆପ୍ କମ୍ୟୁନିଟି ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ପ୍ରଥମରୁ ଉପଲବ୍ଧ ରହିଛି । ଏହା ୟୁଜରମାନଙ୍କୁ ନିଜ ୟୁଜରନେମ୍ ସାହାଯ୍ୟରେ କଣ୍ଟାକ୍ଟସକୁ ଦେଖିବା ପାଇଁ ଅନୁମତି ଦେଇଥାଏ ।

କିପରି କାମ କରିବ ଏହି ଫିଚର?

ୱେବ୍ କ୍ଲାଏଣ୍ଟ ପାଇଁ ହ୍ୱାଟ୍ସଆପ୍ ୟୁଜର୍ ନେମ୍ ଫିଚର ଲୋକପ୍ରିୟ ହ୍ୱାଟ୍ସଆପ୍ ବିଟା ଅପଡେଟ୍ ଟ୍ରାକିଂ ପ୍ଲାଟଫର୍ମ ଡଇଈରଗ୍ଧବଓଦ୍ଭଲକ୍ଟ ରେ ଦେଖିବାକୁ ମିଳିଛି । ହ୍ୱାଟ୍ସଆପ୍ ୱେବ୍ କ୍ଲାଏଣ୍ଟ ୟୁଜରମାନଙ୍କୁ ପ୍ଲାଟଫର୍ମରେ ସେମାନଙ୍କର ୟୁନିକ ୟୁଜର ନେମ୍ ବ୍ୟବହାର କରି ସେମାନଙ୍କ ବନ୍ଧୁମାନଙ୍କ ସହିତ ସଂଯୋଗ କରିଥାଏ । ଆଗାମୀ ଦିନରେ ହ୍ୱାଟ୍ସଆପ ୱେବର ଅପଡେଟ ରୋଲ ଆଉଟ ହେବାକୁ ଯାଉଛି । ଏହି ଫିଚରରେ ଫୋନ୍ ନମ୍ବର ଆବଶ୍ୟକତାକୁ ହଟାଇବା ସହ ପ୍ରାଇଭେସୀ ସୁରକ୍ଷା ଉପରେ ୟୁଜରଙ୍କ ପାଇଁ ବେଶ୍ ସହାୟକ ହେବ ।

Get real time updates directly on you device, subscribe now.