fbpx
BSKY
BJD MC SKY
BJD MS SKY

ଗଣଶିକ୍ଷା ବିଭାଗର ୪୮୨ ଜଣ ସ୍ନାତ୍ତକୋତ୍ତର ଶିକ୍ଷକଙ୍କୁ ଆଜି ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୪୮୨ ଜଣ ସ୍ନାତକୋତ୍ତର ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏ ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଚୟନ ପରୀକ୍ଷା କରାଯାଇଥିଲା। ସେଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୪୭୩ ଜଣ ମେଡିକାଲ ଅଫିସରଙ୍କୁ ଚିକିତ୍ସା ସେବାରେ ନିଯୁକ୍ତି ପ୍ରଦାନ କରିଛନ୍ତି।

ସେହିପରି, ଗତ ଡିସେମ୍ବର ୨୦ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ୪୧୬୬ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ , ‘ଛାତ୍ରଛାତ୍ରୀ ଯେପରି ବଡ଼ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉଦ୍ୟମ କରନ୍ତୁ । ଏକ ବିଂଶ ଶତାଦ୍ଦୀରେ ଏକ ନୂଆ ଓ ସଶକ୍ତ ଓଡିଶା ଗଠନରେ ଶିକ୍ଷକ  ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ । ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ବରଂ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା । ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିଶନ ଅଟେ’ ।

Get real time updates directly on you device, subscribe now.