fbpx

ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପକୁ ଆଉ ଏକ ସଫଳତା: ଟ୍ୱିନ ସିଟିରେ ଗଡ଼ିବ ମେଟ୍ରୋ ଟ୍ରେନ

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ ବୈଠକରେ ମୋହର ବାଜି ସାରିଛି । ଏଣିକି ରାଜ୍ୟ ଭିତରେ ମେଟ୍ରୋ ଟ୍ରେନର ସୁବିଧା ନେଇପାରିବେ କଟକ ଓ ଭୁବନେଶ୍ୱରର ବାସିନ୍ଦା । ଟ୍ୱିନ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍-୧ ଡିପିଆରକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ବର୍ତ୍ତମାନ ଯଥାଶୀଘ୍ର ଉଭୟ ସହରରେ ମେଟ୍ରୋ ରେଳ ସୁବିଧା ଉପଲବ୍ଧ କରାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି ।

ଏହି ପ୍ରକଳ୍ପ ଅନୁସାରେ, ଭୁବନେଶ୍ୱରର ଏୟାରପୋର୍ଟରୁ ତ୍ରିଶୂଳିଆ ମେଟ୍ରୋ ରେଳ ସୁବିଧା ପାଇପାରିବେ ସ୍ଥାନୀୟ ବାସିନ୍ଦା । ଏହି ପ୍ରକଳ୍ପ ପାଇଁ ମୋଟ ୫,୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆସନ୍ତା ୪ ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏୟାରପୋର୍ଟରୁ ତ୍ରିଶୂଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ ବୋଲି ପ୍ରକଳ୍ପର ଉଦ୍ଦେଶ୍ୟ ରହିଛି । ସମ୍ପୂର୍ଣ୍ଣ ଓଭରବ୍ରିଜ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ନିର୍ମାଣ କରାଯିବ । ମେଟ୍ରୋ ପ୍ରକଳ୍ପରେ ଅତ୍ୟାଧୁନିକ କୋଚ୍ ଏବଂ ଟିକେଟ ସହିତ ସିଗନାଲ ଭଳି ସୁବିଧା ଉପଲବ୍ଧ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.