fbpx
BSKY SKY
BSKY SKY

କୁକୁର କାମୁଡିଲେ ପ୍ରତି ଦାନ୍ତ ଦାଗ ପିଛା ମିଳିବ ୧୦ ହଜାର ଟଙ୍କା, ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: ଦେଶରେ କୁକୁର କାମୁଡିବା ଘଟଣାକୁ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛି । ହାଇକୋର୍ଟ କୁକୁର କାମୁଡିବାକୁ ନେଇ ଆହତଙ୍କ ପାଇଁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଡଗ୍ ବାଇଟ୍ ମାମଲାରେ କୁକୁରର ପ୍ରତି ଦାନ୍ତ ଦାଗ ପିଛା ଆହତଙ୍କୁ ୧୦ ହଜାର ଟଙ୍କା ଦିଆଯିବ ।

ଜଷ୍ଟିସ ବିନୋଦ ଏସ ଭାରଦ୍ୱାଜଙ୍କ ପୀଠ କହିଛନ୍ତି ଯେ, ଡଗ୍ ବାଇଟ୍ ମାମଲାରେ ଆହତମାନଙ୍କୁ କୁକୁରର ପ୍ରତି ଦାନ୍ତ ଦାଗ ପିଛା ୧୦ ହଜାର ଟଙ୍କା ଦିଆଯିବ । କୁକୁର କାମୁଡିବାରେ ଯଦି ତ୍ୱଚାରେ ଖଣ୍ଡିଆ ବା ମାଂସ ବାହାରିଯିବା ୦.୨ ସେଣ୍ଟିମିଟର ଖଣ୍ଡିଆ ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ ।ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଚଣ୍ଡିଗଡ଼, ପଞ୍ଜାବ ଏବଂ ହରିୟାଣାରେ କୁକୁର କାମୁଡିବାକୁ ନେଇ ୧୯୩ଟି ପିଟିସନର ଶୁଣାଣି ଦୃଷ୍ଟିରେ ଦିଆଯାଇଛି । ଏହାରି ମଧ୍ୟରେ ଅଦାଲତ ରାଜ୍ୟମାନଙ୍କୁ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ କୁକୁର କାମୁଡିବା ଘଟଣା ପାଇଁ ମାମଲା ରୁଜୁ କରିବା ପାଇଁ ସମିତି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ସରକାର ପ୍ରାଥମିକତା ଆଧାରରେ ଦାୟିତ୍ୱ ଗ୍ରହଣ କରି ଏହା ଉପରେ ନିୟମ କରିଛନ୍ତି ।

ପଞ୍ଜାବ ସ୍ୱାସ୍ଥ୍ୟ ବିଭାଗ ମୁତାବକ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ରେ କୁକୁର କାମୁଡିବା ଘଟଣା ବଢୁଛି । ଗତ ପାଞ୍ଚ ବର୍ଷରେ ୬,୫୦,୯୦୪ରୁ ଅଧିକ କୁକୁର କାମୁଡିବା ମାମଲା ସାମ୍ନାକୁ ଆସିଛି । ଗତ ଏକ ବର୍ଷରେ ୬,୫୦,୯୦୪ରୁ ୧,୬୫.୧୧୯ ଆହତ ହୋଇଛନ୍ତି ।

Get real time updates directly on you device, subscribe now.