fbpx

Big Breaking; ଓଡ଼ିଶାର ଆଉ ଏକ ସଫଳତା: ୨୦୩୬ ପର୍ଯ୍ୟନ୍ତ ହକି ପ୍ରାୟୋଜକ ହେବ ଓଡ଼ିଶା

Advertisement

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ସଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି । କିନ୍ତୁ ଶେଷ ହୋଇନି ଓଡ଼ିଶାର ସଫଳତା । ଓଡ଼ିଶାରେ ସେ ଆରମ୍ଭ କରିଥିବା ବିକାଶଧାରା ଆଗକୁ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୩୬ ମସିହା ପର୍ଯ୍ୟନ୍ତ ଓଡ଼ିଶା ହକି ପ୍ରାୟୋଜକ ଭାବରେ ରହିବ ବୋଲି ଘୋଷଣା ହୋଇଛି । ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି । ଓଡ଼ିଶାର ଏହି ସଫଳତା ସହିତ ଆଗକୁ ଆହୁରି କିଛି ବିକାଶ ହେବା ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆଶା ରଖିଛନ୍ତି ରାଜ୍ୟବାସୀ ।

Get real time updates directly on you device, subscribe now.