fbpx

IPLକୁ ଫେରିଲେ ସୁପରଷ୍ଟାର ଖେଳାଳି: ଆହତ ମାର୍କ ଉଡଙ୍କ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଖେଳିବେ ଏହି ବୋଲର

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳରେ ସାମିଲ ହେଲେ ଅଷ୍ଟ୍ରେଲିଆର ସୁପରଷ୍ଟାର ଖେଳାଳି । ଆହତ ମାର୍କ ଉଡଙ୍କ ବିକଳ୍ପ ଭାବରେ ଏହି ଖେଳାଳିଙ୍କୁ ସାମିଲ କରିଛି ରାହୁଲ ସେନା । ଅଷ୍ଟ୍ରେଲିଆର ଷ୍ଟାର ବୋଲର ଆଣ୍ଡ୍ର୍ୟୁ ଟାଇଙ୍କୁ ସାମିଲ କରଯାଇଛି । ଆଘାତ ପ୍ରାପ୍ତ ହୋଇଥିବା ଯୋଗୁଁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରୁ ନିଜ ନାମ ଫେରାଇ ନେଇଛନ୍ତି ମାର୍କ ଉଡ ।

ଚଳିତ ସିଜନରେ ୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆହତ ହୋଇ ଲିଗରୁ ଓହରି ଯାଇଛନ୍ତି ମାର୍କ ଉଡ । ତେଣୁ ତାଙ୍କ ବିକଳ୍ପ ଭାବରେ ଅଷ୍ଟ୍ରେଲିଆର ଆଣ୍ଡ୍ର୍ୟୁ ଟାଇଙ୍କୁ ଦଳରେ ସାମିଲ କରିଛି । ଏବେ ପର୍ଯ୍ୟନ୍ତ ଆଣ୍ଡ୍ର୍ୟୁ ଟାଇଙ୍କ କ୍ୟାରିୟର ଖୁବ ସୁନ୍ଦର ରହିଛି । ରେ ୨୭ ମ୍ୟାଚରୁ ୪୦ ୱିକେଟ ଅକ୍ତିଆର କରିଛନ୍ତି ଆଣ୍ଡ୍ର୍ୟୁ ଟାଇ । ତେବେ ଚଳିତ ସିଜନରେ ମେଗା ଅକ୍ସନରେ ଅନସୋଲ୍ଡ ରହିଥିଲେ ଆଣ୍ଡ୍ର୍ୟୁ ଟାଇ । ତେବେ ମାର୍କ ଉଡ ଆହତ ହେବା ପରେ ତାଙ୍କ ବିକଳ୍ପ ଭାବରେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ ସହ ଯୋଡି ହୋଇଛନ୍ତି ।

Get real time updates directly on you device, subscribe now.