fbpx
BSKY SKY
BSKY SKY

ଓଡ଼ିଶାରେ ଠାବ ହେଲା ଆଉ ଏକ ‘ସ୍ପାଏ ପାରା’, କୋଣାର୍କ ଅଞ୍ଚଳରେ ଗତ ୮ ଦିନ ହେବ ଘୁରିବୁଲୁଛି

BSKY

ପୁରୀ: ଓଡ଼ିଶାରେ ଆଉ ଏକ ସନ୍ଦେହଜନକ ପାରା ଧରାପଡିଛି । ପୁରୀ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ଗାଁର ଜଣେ ବାସିନ୍ଦା ତାଙ୍କ ଛାତରୁ ଗୋଡରେ ଇଲେକ୍ଟ୍ରୋନିକ୍ ଉପକରଣ ଲଗାଯାଇଥିବା ସନ୍ଦେହଜନକ ପାରାକୁ ଧରିଛନ୍ତି । ପାରାର ଡେଣା ଉପରେ ଏକ ଅଜ୍ଞାତ ଭାଷାରେ କିଛି ଲେଖାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ସ୍ପାଏ ପାରା ଧରା ପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଧରାପଡ଼ିଥିବା ପାରା ଗୋଡ଼ରେ ଗୋଟିଏ ପିତଳ ଏବଂ ଗୋଟିଏ ପ୍ଲାଷ୍ଟିକ୍ ରଙ୍ଗ ଲାଗିଛି । ପିତଳ ରଙ୍ଗରେ READY VSP DN ଲେଖାଯାଇଥିବା ବେଳେ, ପ୍ଲାଷ୍ଟିକ୍ ରିଙ୍ଗରେ ୩୧ ଲେଖା ରହିଛି । ତେବେ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ଯେ, ପାରା ଟି ପ୍ରାୟ ସେହି ଅଞ୍ଚଳରେ ୮ ଦିନ ହେବ ଘୁରି ବୁଲୁଛି । ତେବେ ପାରା ଟି ଆଜି ଜଣଙ୍କ ଘରର ପୋଷା ପାରା ନିକଟକୁ ଯିବାରୁ ଧରା ପଡ଼ିଛି ।

ସମାନ ଭାବେ ଗତ ୬ ତାରିଖରେ ରାଜ୍ୟର ପାରାଦୀପ ଓ କୋଣାର୍କ ମଝି ସମୁଦ୍ରରୁ ଏକ ମାଛଧରା ଟ୍ରଲରରୁ ଏକ ଗୁପ୍ତଚର ପାରା ଧରାପଡ଼ିଥିଲା । ଏହି ଗୁପ୍ତଚର ପାରା ଚୀନ ଛାଡ଼ିଛି ବୋଲି କୁହାଯାଉଛି । ଉଦ୍ଧାର ହୋଇଥିବା ପାରାକୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଫରେନସିକ ସାଇନ୍ସ ଲାବରେ ଯାଞ୍ଚ କରାଯାଇଛି । ଏହା ନୂଆ କଥା ନୁହେଁ, ଏହା ପୂର୍ବରୁ ଗତ ୧୯୬୯ରେ ଚୀନ ଗୋଇନ୍ଦାଗିରି କରିବା ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳକୁ ଏକ ବେଲୁନ୍ ଛାଡ଼ିଥିଲା । ଉକ୍ତ ବେଲୁନ୍ ଦେହରେ ଏକ ଛୋଟ ମେଶିନ୍ ଲାଗିଥିଲା । ତେବେ ସେତେବେଳେ ରାଜ୍ୟର ପୋଲିସ ମୁଖ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ କରିବା ପରେ ଉକ୍ତ ପାରା ଚୀନରୁ ଆସିଥିବା ଜଣାପଡ଼ିଥିଲା । ପାରାଠାରେ ଲାଗିଥିବା କ୍ୟାମେରା ଦ୍ୱାରା ଚୀନ ଓଡ଼ିଶାର ଫଟୋ ସଂଗ୍ରହ କରିଥିବା ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.