fbpx

ପୁଣି ଭୟଙ୍କର ଟ୍ରେନ ଦୁର୍ଘଟଣା: ଗୋଟିଏ ଟ୍ରାକରେ ୩ଟି ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ

ରାଉରକେଲା: ବାହାନଗା ଦୁର୍ଘଟଣାର ଭୟଙ୍କର ଦୃଶ୍ୟକୁ ଆଜି ବି ଭୁଲିପାରି ନାହାନ୍ତି ଓଡ଼ିଶାବାସୀ । କାଳରାତି ମନେ ପଡ଼ଲେ ଆଜି ବି ଛାତି ଥରି ଉଠୁଥିବା ବେଳେ ଠିକ ଏତିକିବେଳେ ଆଉ ଏକ ଦୁର୍ଘଟଣର ପରିସ୍ଥିତି ସୃଷ୍ଟି ହୋଇଛି । ରାଉରକେଲା ଷ୍ଟେସନର ଗୋଟିଏ ଟ୍ରାକରେ ୩ଟି ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ ହୋଇଛନ୍ତି । ପାଖାପାଖି ୧୦୦ ମିଟର ଦୂରରେ ୩ଟି ଯାକ ଟ୍ରେନ ରହିଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ରାଉରକେଲା ଷ୍ଟେସନ ନିକଟରେ ୩ଟି ଯାତ୍ରୀବାହୀ ଟ୍ରେନ ଗୋଟିଏ ଟ୍ରାକରେ କୁବ ନିକଟତର ହୋଇଥିଲେ । ଏହି ଅଘଟଣରେ ରାଉରକେଲା ମେମୁ ସହିତ ଝାରସୁଗୁଡ଼ା ଟ୍ରେନ ମୁହାଁମୁହିଁ ହୋଇଛନ୍ତି । ଏହାପରେ ଉଭୟ ଟ୍ରେନ ପରେ ବନ୍ଦେ ଭାରତ ଟ୍ରେନ ମଧ୍ୟ ସେହି ଟ୍ରାକରେ ଆସୁଥିଲା । ତେବେ ଏହି ଗୋଟିଏ ପଏଣ୍ଟରେ ୩ଟି ଯାକ ଟ୍ରେନ ୧୦୦ ମିଟର ଦୂରତା ଭିତରେ ପାଖାପାଖି ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଦୁଇଟି ଗାଡ଼ି ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରାଉରକେଲାରୁ ୨୦୦ ମିଟର ଦୂରରେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଟ୍ରେନ ଦୁର୍ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.