fbpx

(Video) ପୁଣି ବଡ଼ ଧରଣର ରେଳ ଦୁର୍ଘଟଣା, ଭରା ନଦୀରେ ଭାଙ୍ଗିଲା ବ୍ରିଜ… ପାଣିରେ ବୁଡିଗଲା ଟ୍ରେନ

ନୂଆଦିଲ୍ଲୀ: ପୁଣି ଘଟିଯାଇଛି ଆଉ ଏକ ରେଳ ଦୁର୍ଘଟଣା । ବାହାନଗା ରେଳ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟି ଚାଲିଛି । ଯାହାକି ରେଳଯାତ୍ରୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । କେତେବଳେ ଟ୍ରେନ ଲାଇନଚ୍ୟୁତ ହେଉଛି ତ ପୁଣି କେତେବେଳେ ଚଳନ୍ତା ଟ୍ରେନରେ ନିଆଁ ଲାଗୁଛି ପୁଣି କେଉଁଠି ଟ୍ରେନ ଉପରେ ଟ୍ରେନ ଚଢିଗଲାଣି । ମାତ୍ର ଏଥର ଭରା ନଦୀରେ ଭାଙ୍ଗି ଯାଇଛି ରେଲୱେ ବ୍ରିଜ । ଆଉ ଏହାପରେ ଦେଖିବାକୁ ମିଳିଥିଲା ଅତି ଭୟଙ୍କର ଦୃଶ୍ୟ ।

ସୂଚନା ଅନୁସାରେ,ଗୋଟିଏ ଟ୍ରେନ ପଦୀ ଉପର ବ୍ରିଜ ଦେଇ ଯାଉଥିବା ବେଳେ ଏହି ବିରାଟ ଦୁର୍ଘଟଣା ଘଟିଯାଇଛି । ମଝି ରାସ୍ତାରେ ଟ୍ରେନର ଭାର ସମ୍ଭାଳି ନ ପାରି ଭୁଶୁଡି ପଡିଛି ଏହି ବ୍ରିଜ । ତେବେ ରେଲୱେ ବ୍ରିଜଟି ଭାଙ୍ଗିଯିବା ଯୋଗୁଁ ଟ୍ରେନର ଏକାଧିକ ବଗି ନଦୀ ଭିତରକୁ ଖସିପଡିଛି । ସେପଟେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି ନଦୀରେ ଅକାତକାତ ପାଣି ଥିବା ବେଳେ ଟ୍ରେନର ଏକାଧିକ ବଗି ପାଣିରେ ଫସିରହିଛି । ତେବେ ପୁଣି ଥରେ ଏଭଳି ଏକ ରେଳ ଦୁର୍ଘଟଣା ପରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତରେ କେତେ ପରିମାଣର କ୍ଷତି ହୋଇଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ଆକଳନ କରାଯାଇ ପାରି ନାହିଁ । ତେବେ ଖବର ପାଇ ଘଟଣାସ୍ଥଳରେ ରେଳକର୍ମଚାରୀ ପହଞ୍ଚିଛନ୍ତି ଏବଂ ଯେପରି ଅଧିକ କିଛି କ୍ଷୟକ୍ଷତି ନହୁଏ ସେଥିପାଇଁ କାର୍ୟ୍ୟ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ଆମେରିକା ମୋଣ୍ଟାନା ନଦୀରେ ଘଟିଯାଇଛି ଏହି ଭୟଙ୍କର ରେଳ ଦୁର୍ଘଟଣା । ୱିଲିଙ୍ଗସ୍ ଠାରୁ ପାଖାପାଖି ୪୦ ମାଇଲ ଦୂର ପଶ୍ଚିମରେ କୋଲମ୍ବସ୍ ସହରର ଷ୍ଟିଲୱାଟର କାଉଣ୍ଟିରେ ଏହି ଦୁର୍ଘଟଣା ଘଟିଛି । ଭରା ନଦୀ ଉପରେ ଯାଉଥିବା ମାଲବାହୀ ଟ୍ରେନ ପୋଲ ଭାଙ୍ଗିବା ପରେ ବର୍ତ୍ତମାନ ନଦୀର ପ୍ରଖର ସ୍ରୋତରେ ଖସି ପଡିଛି । ଏହାସହିତ ମାଲବାହୀ ଟ୍ରେନରେ ଥିବା ବିଭିନ୍ନ କେମିକାଲ ପାଣିରେ ମିଶିବା ପରେ ନଦୀ ପାଣି ସମ୍ପୂର୍ଣ୍ଣ ଭାବରେ ବିଷାକ୍ତ ହୋଇଯାଇଥିବା ନେଇ ଆଶଙ୍କା କରାଯାଉଛି । ତେଣୁ ଏହି ନଦୀରୁ ବିଭିନ୍ନ ସ୍ତାନକୁ କରାଯାଉଥିବା ପାଣି ସପ୍ଲାଏ ବନ୍ଦ ରହିଛି ।

Get real time updates directly on you device, subscribe now.