fbpx

ପୁଣି ମାତୁଛି ଭାଇରସ୍: ୭ଟି ଗାଁରେ ଜାରି ହେଲା କଣ୍ଟେନମେଣ୍ଟ ଜୋନ୍, ଖୋଲିବନି ସ୍କୁଲ

କେରଳ: ପୁଣିଥରେ ନିପା ଭାଇରସକୁ ନେଇ ବଢୁଛି ଆତଙ୍କ । କେରଳରେ ୨ ଜଣଙ୍କର ମୃତ୍ୟୁ ପରେ ନିପା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ ଏହି ଭାଇରସକୁ ରୋକିବା ପାଇଁ ପୁଣି ପେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜ୍ୟର ୭ଟି ଗାଁରେ ବିଭିନ୍ନ କଟକଣା ଲାଗୁ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ଏହାଦ୍ୱାରା ରାଜ୍ୟରେ କିଛି ପରିମାଣରେ ନିପା ଭାଇରସ ଆତଙ୍କ କମ୍ ହେଇପାରିବ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ, କେରଳର କୋଜିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷର ବାଳକ ଏବଂ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସେମାନଙ୍କ ମୃତ୍ୟୁର କାରଣ ନିପା ଭାଇରସ ବୋଲି ଜଣା ପଡ଼ିଥିଲା । ଏହାପରେ ନିପା ଭାଇରସର ଆତଙ୍କ ସାରା ରାଜ୍ୟରେ ଖେଳିଯାଇଛି । ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରିବା ସହ କଡ଼ା ପଦକ୍ଷେପ ନେଇଛନ୍ତି ସରକାର । ନିପା ଭାିରସ ଚିହ୍ନଟ ହୋଇଥିବା ଅଞ୍ଚଳକୁ ସରକାର କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛନ୍ତି । ଏଠାରେ ସମସ୍ତ ସ୍କୁଲ ଏବଂ ଅଫିସ ଇତ୍ୟାଦି ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ତେବେ ଏ ନେଇ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ଏହା ନିପା ଭାଇରସର ବାଂଲାଦେଶୀ ପ୍ରଜାତି । ଏହା ଖୁବ ମାରାତ୍ମକ ହୋଇପାରେ, ତେଣୁ ସ୍ପଳ୍ପ ସଂକ୍ରମଣଶୀଳ ହେଲେ ମଧ୍ୟ ଏହା ଜଣକ ଦେହରୁ ଅନ୍ୟ ଜଣକୁ ବ୍ୟାପିପାରେ । ତେବେ ବର୍ତ୍ତମାନ ସୁଦ୍ଧା ୧୩୦ ଜଣରୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇଛି ।

Get real time updates directly on you device, subscribe now.