fbpx

ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ । ଆସନ୍ତା ସପ୍ତାହରେ ରାଜ୍ୟରେ ପହଞ୍ଚିବ ଆଇସିଏମଆର ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ । ଘରକୁ ଘର ହେଉଥିବା ସର୍ଭେରେ ଏହି କିଟକୁ ବ୍ୟବହାର କରାଯିବ । ରାଜ୍ୟରେ ପରୀକ୍ଷାର ପଦ୍ଧତି ଓ ପ୍ରକ୍ରିୟା ନେଇ ଆସନ୍ତାକାଲି ଯୋଜନା ହେବ । ରାଜ୍ୟରେ ଗୋଷ୍ଠୀ ସକ୍ରମଣ ହୋଇନାହିଁ କି କୌଣସି ପ୍ରକାର ବିପଜ୍ଜନକ ସ୍ଥିତି ନାହିଁ । କିନ୍ତୁ ସଚେତନ ରହିବାକୁ ପଡ଼ିବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।

Get real time updates directly on you device, subscribe now.