ମୃତ୍ୟୁ ପରେ କାହିଁକି ପୁଅ କରେ ଅନ୍ତିମ ସଂସ୍କାର, ଗରୁଡ଼ ପୁରାଣରେ ଲେଖାଅଛି ଏହି କାରଣ
ଗରୁଡ ପୁରାଣରେ ପୁଅର ଅର୍ଥ ଜାଣିଛନ୍ତି କି? ନର୍କରୁ ବାହାର କରି ଆଣିବାର ଅର୍ଥ ପୁତ୍ର ।
ନୂଆଦିଲ୍ଲୀ: ସାଧାରଣତଃ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ କୌଣସି ମହିଳା ଶ୍ମଶାନ ଘାଟ ଯାଇନଥାନ୍ତି । ଏହାସହିତ ଅନ୍ତିମ କ୍ରିୟାରେ ମଧ୍ୟ ସାମିଲ ହୁଅନ୍ତି ନାହିଁ । ହିନ୍ଦୁ ଧର୍ମରେ ପୁଅ ହିଁ ଅନ୍ତିମ ସଂସ୍କାର କରିବାର ନିୟମ ରହିଥାଏ ।
ତେବେ ଗରୁଡ ପୁରାଣ ଅନୁସାରେ, ପରିବାରରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୁଏ ତେବେ ପୁୁଅ ଭାଇ କିମ୍ବା କୌଣସି ପୁରୁଷ ହିଁ ଅନ୍ତିମ ସଂସ୍କାର ଦେବାର ନିୟମ ରହିଥାଏ । ଅନ୍ତିମ ସଂସ୍କାର ବଂଶ ପରମ୍ପରାର ଅଂଶ ଅଟେ । ଏଥିପାଇଁ ତାଙ୍କୁ ଏହି ଅଧିକାର ଦିଆଯାଇଛି । କାରଣ ସେମାନେ ଆଜୀବନ ବଂଶ ସହିତ ଜଡିତ ହୋଇ ରହିଥାନ୍ତି ।
କାରଣ ଗୋଟିଏ ଝିଅର ବିବାହ ପରେ ସେ ଅନ୍ୟ ଘରକୁ ଚାଲିଯାଇଥାଏ, ତେଣୁ ବାପ ଘରର ମୁଖାଗ୍ନି ଦେବା ପାଇଁ ବାରଣ କରାଯାଇଥାଏ । ସେମାନଙ୍କର ଅଧିକାର ମଧ୍ୟ ନଥାଏ ।
ଗୋଟିଏ ବ୍ୟକ୍ତି ମୃତ୍ୟୁ ପରେ ପିତୃପୁରୁଷ ହୋଇଯାଇଥାନ୍ତି । ତେଣୁ ତାଙ୍କୁ ଜଣେ ପରିବାର ସଦସ୍ୟ ହିଁ ପିଣ୍ଡଦାନ ଏବଂ ଅନ୍ତିମ ସଂସ୍କାର କରିବା ଜରୁରୀ ବୋଲି କୁହାଯାଇଛି ।
ଶାସ୍ତ୍ର ଅନୁସାର, ପୁଅର ଅର୍ଥ ବର୍ଣ୍ଣନା କରାଯାଇଛି । ପୁର ଅର୍ଥ ନରକ ତ୍ରର ଅର୍ଥ ତ୍ରାଣ । ଏହାର ଅର୍ଥ ନରକରୁ ବାହାର କରି ଆଣିବାର ଅର୍ଥ ପୁତ୍ର ।