ବନ୍ଧୁରୁ ଜୀବନସାଥୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି

ଭୁବନେଶ୍ୱର,୧୧ା୩: ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ବନ୍ଧୁରୁ ଜୀବନସାଥୀ ପାଲଟିଛନ୍ତି ଏହି ଯୋଡ଼ି । ଆମେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଏବଂ ସାମ୍ବାଦିକା ତଥା ସାହିତି୍ୟକା ଜାଗୃତି ଶୁକ୍ଳାଙ୍କ କଥା କହୁଛୁ । ପ୍ରଥମେ ବନ୍ଧୁତା ପରେ ପ୍ରେମିକା ଏବେ ଅନୁଭବଙ୍କ ଜୀବନସାଥୀ ପାଲଟିଛନ୍ତି ଜାଗୃତି । ଏହି ପ୍ରେମପକ୍ଷୀଙ୍କ ବିବାହ ମଙ୍ଗଳବାର ସମ୍ପନ୍ନ ହୋଇଛି ।

୭ ମାର୍ଚ୍ଚରେ ଅନୁଭବ ଏବଂ ଜାଗୃତିଙ୍କ ନିର୍ବନ୍ଧ ହୋଇଥିଲା। ଦୁହିଁଙ୍କର ନିର୍ବନ୍ଧ  ଏକ ହୋଟେଲରେ ଗ୍ରାଣ୍ଡ ସେଲିବ୍ରେଶନ ହୋଇଥିଲା। ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିଲା। ଜାଗୃତି ନିଜ ଇନଷ୍ଟା ଏବଂ ଫେସବୁକ ଆଇଡିରେ ଅନୁଭବଙ୍କ ସହ ହୋଇଥିବା ନିର୍ବନ୍ଧ ବେଳର ଫଟୋ ସେୟାର କରିଥିଲେ। ଏଥିସହ ସେ ନିଜ ଭାବି ସ୍ୱାମୀଙ୍କୁ ନେଇ କ୍ୟାପ୍ସନରେ ଅନେକ କଥା ଲେଖିଥିଲେ।

ଅଭିନେତ୍ରୀ ବର୍ଷାଙ୍କଠାରୁ ବିଚ୍ଛେଦ ହେବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା ।  ଏକ ପୋଡକାଷ୍ଟରେ ଅତିଥି ହୋଇଥିଲେ ଅନୁଭବ-ଜାଗୃତି। ଉପସ୍ଥାପକ ପଚାରିଥିଲେ ଯଦି ଅନୁଭବ ହଁ କରିବେ ତାହା ହେଲେ କଣ ଜାଗୃତି ତାଙ୍କୁ ବିବାହ କରିବାକୁ ରାଜି ହେବେ? ଏହି ପ୍ରଶ୍ନରେ ଜାଗୃତି ସିଧା ସିଧା କିଛି କହିନଥିଲେ ବି ଖୁବଶୀଘ୍ର ଅନୁଭବ ବିବାହ କରିବେ ବୋଲି କହିଥିଲେ । ୭ ମାର୍ଚ୍ଚରେ ଭୟଙ୍କର ନିର୍ବନ୍ଧ ସରିଥିବାବେଳେ ଆଜି ହାତଗଣ୍ଠି ପଡ଼ିଛି । ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।