fbpx

(ଭିଡିଓ)ପୁଣି ବର୍ଷା-ଅନୁଭବଙ୍କ ବିବାଦ, ତାଲା ପକାଇବାକୁ ନେଇ Video ସେୟାର କଲେ ସାଂସଦ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ଲାଗିରହିଛି । କିଛି ମାସ ହେବ ଏହି ମାମଲା ଟିକେ ଶାନ୍ତ ପଡିଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଭିଡିଓ । ଏହି ଭିଡିଓକୁ ସାଂସଦ ଅନୁଭବ ମହାନ୍ତି ସେୟାର କରିଛନ୍ତି । ସିସିଟିଭି ଭିଡିଓରେ ଉଭୟ ପତି ପତ୍ନଙ୍କ ସହିତ କିଛି ମହିଳାଙ୍କୁ ଦେଖିବାକୁ ମିଳିଛି । ଅନୁଭବ ବର୍ଷାଙ୍କୁ କ’ଣ କହୁଛନ୍ତି ତାହା ସ୍ପଷ୍ଟ ଭାବେ ଶୁଣା ଯାଉନଥିବା ବେଳେ ଅନୁଭବ ଚାବି ଧରିଥିବା ଦେଖିବାକୁ ମିଳିଛି ।

ତେବେ ଅନୁଭବ ଘରକୁ ଆସିଲା ବେଳେ ସର୍ବଦା ତାଲା ପଡୁଛି ଓ ତାଙ୍କ ପାଖରେ ଥିବା ଚାବିରେ ତାଲା ଖୋଲୁନଥିବା ସେ କହିଛନ୍ତି । ଏଥିରେ ଉତ୍ତର ଦେବାକୁ ଯାଇ ବର୍ଷା କହିଛନ୍ତି ଯେ, ‘ମୋତେ ସୁଟିଂ ପାଇଁ ଫୋନ୍ ଆସିଲେ ତାଲା ପକାଇ ଯିବାକୁ ପଡୁଛି ।’ କିନ୍ତୁ ସମାନ ଚାବିରେ ତାଲା ଖୋଲୁନଥିବାରୁ ଘର ବାହାରେ ଅପେକ୍ଷା କରିବାକୁ ପଡୁଛି ବୋଲି ସେଠାରେ ଉପସ୍ଥିତ ଥିବା ମହିଳାଙ୍କ ଆଗରେ ଅଭିଯୋଗ କରିଛନ୍ତି ଅନୁଭବ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.