fbpx

(Video) ସମସ୍ତଙ୍କୁ ଚୁପ୍ କରାଇଦେଲେ ଅନୁଭବ: କର୍ମ ଫିଲ୍ମ ହିଟ୍ ହେବା ସହ ମାତ୍ର ୩ ଦିନରେ ୧ କୋଟି ଟପିଲା କଲେକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦଶହରା ଅବସରରେ ନିଜ ମନ ପସନ୍ଦର ଓଡ଼ିଆ ଫିଲ୍ମ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିଲେ । ତେବେ ଏଥର ଦଶହରାରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ‘କର୍ମ’ ଫିଲ୍ମ ସିନେମା ଘରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ଗ୍ରହଣ କରିବେ କି ନା ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ଅନୁଭବଙ୍କ ଫିଲ୍ମ କର୍ମକୁ ଦର୍ଶକୁ ଢେର ଭଲ ପାଇବା ଦେବା ସହ ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଛି । ଫିଲ୍ମଟି ଏବେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି । ଫିଲ୍ମ ମାଧ୍ୟମରେ ଅନୁଭବ ଏବେ ସମସ୍ତଙ୍କୁ ସତେ ଯେମିତି ଚୁପ୍ କରାଇ ଦେଇଛନ୍ତି । ଏହା ମଧ୍ୟରେ ଅନୁଭବଙ୍କ ଏକ ପୋଷ୍ଟର ବେଶ୍ ଭାଇରାଲ ହେଉଥିବା ଦେଖାଯାଉଛି ।

ଫିଲ୍ମର କାହାଣୀକୁ ସବୁ ମହଲର ଦର୍ଶକ ବେଶ୍ ପସନ୍ଦ କରିଥିବା ଜଣାପଡ଼ିଛି । ଗୋଟିଏ ପରେ ସିନେମା ହଲରେ କର୍ମ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଥିବା ବେଳେ ଅନ୍ୟପଟେ ଫିଲ୍ମଟିର ପ୍ରଫିଟ୍ ମଧ୍ୟ ବଢ଼ିବାରେ ଲାଗିଛି । ବହୁଦିନ ପରେ ପବିତ୍ର ଦଶହରା ଅବସରରେ ଅନୁଭବ କର୍ମ ମାଧ୍ୟମରେ ଏକ ନୂଆ ଅବସରରେ ସାମ୍ନାକୁ ଆସିଛନ୍ତି । ପାରିବାରିକ ବିବାଦ କାରଣରୁ ଫିଲ୍ମ ଜଗତରୁ ସାମାନ୍ୟ ଦୂରେଇ ଯାଇଥିବା ଅନୁଭବ ଏଣିକି ଆଉ ତାଙ୍କର ଫ୍ୟାନ୍ସଙ୍କୁ ନିରାଶ କରିବେ ନାହିଁ ବୋଲି କହିଛନ୍ତି । ସେହିପରି କର୍ମ ଫିଲ୍ମକୁ ଓଲିଉଡର ସମସ୍ତ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ଓ ଟେକ୍ନିସିଆନ ମହଲରେ ଖୁବ୍ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.