fbpx

ଅଭିନେତା କି ରାଜନେତା ହୋଇ ନଥିଲେ ‘CM’ ହୋଇଥାନ୍ତି: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ବାଳୁଙ୍ଗା ଟୋକା ତଥା ସାଂସଦ ଅନୁଭବ ମହାନ୍ତି ଗତ କିଛିବର୍ଷ ଧରି ପାରିବାରିକ ବିବାଦକୁ ନେଇ ବେଶି ଚର୍ଚ୍ଚାରେ ରହି ଆସିଛନ୍ତି । ପାଖାପାଖି ୪ ବର୍ଷ ଧରି ଫ୍ୟାନ୍ସ ଅନୁଭବଙ୍କୁ ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ନୂଆବର୍ଷରେ ଅନୁଭବ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏକ ଭଲ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି । ଖୁବଶୀଘ୍ର ଅନୁଭବଙ୍କ ପରବର୍ତ୍ତୀ ଫିଲ୍ମ ‘ଲଭ୍ ଇନ୍ ଇଣ୍ଡନ’ ପରଦାକୁ ଆସିବ ।

ତେବେ ନିକଟରେ ଅନୁଭବ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ । ଏହି ଅବସରରେ ସେ ତାଙ୍କର କିଛି ବ୍ୟକ୍ତିଗତ କଥା କହିଥିଲେ । ‘ଲଭ୍ ଇନ୍ ଲଣ୍ଡନ’ରେ ଦର୍ଶକମାନେ ଜଣେ ନୂଆ ଅନୁଭବଙ୍କୁ ଦେଖିବାକୁ ପାଇବେ । ଅନୁଭବ ସର୍ବଦା ନିଜର କାମକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଫ୍ୟାନ୍ସମାନେ ତାଙ୍କୁ ଯେତିକି ମିସ୍ କରନ୍ତି ସେ ମଧ୍ୟ ତା’ଠାରୁ ଅଧିକ ମିସ୍ କରନ୍ତି ବୋଲି ଅନୁଭବ କହିଛନ୍ତି ।

ତେବେ ଅଭିନେତା କି ରାଜନେତା ହୋଇ ନଥିଲେ ଜୀବନରେ କ’ଣ ହୋଇଥାନ୍ତେ ବୋଲି ଅନୁଭବଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲେ । ଏହାର ଉତ୍ତରରେ ଅନୁଭବ କହିଥିଲେ ବୋଧହୁଏ ସିଏମ୍ ହୋଇଥାନ୍ତି । ତାହାକୁ ଦର୍ଶକମାନେ କମନ ମ୍ୟାନ ବା କଣ୍ଟ୍ରୋଭର୍ସି ମ୍ୟାନ ଭାବେ ଗ୍ରହଣ କରିପାରନ୍ତି । ମଣିଷ ଜୀବନରେ ଥରେ ଯେଉଁ ଭୁଲ କରିଦିଏ ସେ ଭୁଲକୁ କିପରି ନ ଦୋହରାଇବ ସେଥିପ୍ରତି ଯତ୍ନବାନ ହେବା ଜରୁରୀ । ସେ ଥରେ ଯେଉଁ ଭୁଲ କରିଛନ୍ତି ଆଉ ତାହା କଦାପି କରିବେ ନାହିଁ ବୋଲି ଅନୁଭବ କହିଥିଲେ ।

Get real time updates directly on you device, subscribe now.