fbpx
BSKY SKY
BSKY SKY

ନୂଆ ବର୍ଷରେ ଖୁସି ଖବର: ଏବେ ଘର ଭଡ଼ା ଉପରେ ଦେବାକୁ ପଡ଼ିବ ନାହିଁ ଜିଏସ୍‌ଟି

BSKY

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଅର୍ଥନୀତି କ୍ଷେତ୍ରରେ ଅନେକ ଭଲ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ସେଣ୍ଟ୍ରାଲ ବୋର୍ଡ ଅଫ ଇଣ୍ଡାଇରେକ୍ଟ ଟ୍ୟାକ୍ସସେସ୍ ଏବଂ କଷ୍ଟମ୍‌(ସିବିଆଇସି) ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ଅନୁସାରେ ଏବେ କୋଣସି ପ୍ରୋପାଇଟରଙ୍କୁ ଆବାସିକ ବ୍ୟବହାର ପାଇଁ ଘରଭଡ଼ା ଉପରେ ୧ ଜାନୁଆରୀ ପରେ ଜିଏସ୍‌ଟି ଦେବାକୁ ପଡ଼ିବ ନାହିଁ । ଡିସେମ୍ବର ୧୭ରେ ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ ମିଳିଥିବା ପରାମର୍ଷ ପରେ ଏହି ନିଷ୍ପତି ନିଆଯାଇଛି ।

ସିବିଆଇସି ବିଜ୍ଞପ୍ତି ଅନୁଯାୟୀ ନୂଆ ବର୍ଷରୁ କୋଣସି ରେସିଡେନସିଆଲ ୟୁନିଟ୍ କୁ ଜିଏସ୍‌ଟିରୁ ବାଦ୍ ଦିଆଯାଇଛି । କିନ୍ତୁ ଏଥିପାଇଁ କିଛି ସର୍ତ ରହିଛି, ସେହି ଆବାସିକ ୟୁନିଟ୍‌କୁ କେବଳ ଜଣେ ବ୍ୟକ୍ତିଗତ କ୍ଷମତାରେ ରହିବା ଜରୁରୀ । ଏହା ସହିତ ସିବିଆଇସି କହିଛି ଯେ, ଯଦି କୌଣସି ପ୍ରପର୍ଟିର ବ୍ୟବହାର ମାଲିକାନା ହକ୍ ପାଇଁ କରାଯାଉଛି, ତେବେ ସେହି ମାଲିକଙ୍କ ଉପରେ ରିଭର୍ସ ଚାର୍ଜ ମେକାନିଜିମ୍ ଆଧାରରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ ।

ସିବିଆଇସି ଏହି ବିଜ୍ଞପ୍ତି ଉପରେ ଅନ୍ୟ ଜିନିଷ ଗୁଡ଼ିକ ବିଷୟରେ ମଧୟ ସୂଚନା ଦେଇଛି । ଯେଉଁ ସାମଗ୍ରୀ ଉପରେ ଜାନୁଆରୀ ୧ ତାରିଖରୁ ଶୁଳ୍କ ପରିବର୍ତ୍ତନ ହେବ । ଯେପରିକି ପେଟ୍ରୋଲ୍‌ରେ ମିଶ୍ରଣ ପାଇଁ ରିଫଅଇନାରୀ ଆମଦାନୀ କରାଯାଉଥିବା ଏଥିଲ ଆଲକୋହଲ, ଯାହା ଉପରେ ୧ ଜାନୁଆରୀରୁ ୫% ଶୁଳ୍କ ଲାଗୁ ହେବ । ପର୍ବରୁ ଏହା ଉପରେ ୧୮% ଶୁଳ୍କ ଆଦୟ ହେଉଥିଲା । ଏହାବାଦ୍ ଏବେ ଡାଲି ଉପରେ କୌଣସି ଜିଏସ୍‌ଟି ଲାଗିବ ନାହିଁ । ପୁର୍ବରୁ ଏହା ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁଥିଲା ।

Get real time updates directly on you device, subscribe now.