fbpx

ବିଜେପିର ବଡ଼ ଆକ୍ସନ: ରାଷ୍ଟ୍ରୀୟ ସମ୍ପାଦକ ପଦରୁ ହଟିଲେ ଅନୁପମ ହାଜ୍ରା, ଦଳ ବିରୋଧୀ ବୟାନ ମହଙ୍ଗା ପଡ଼ିଲା

Advertisement

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥି ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍ ଆଦି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ଏବେଠାରୁ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ବା ସେମିଫାଇନାଲର ଫଳାଫଳକୁ ଦେଖି ରାଜନୈତିକ ଦଳମାନେ ଆଗାମୀ ଲଢ଼େଇ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଷ୍ଟ୍ରୀୟ ସମ୍ପାଦକ ପଦରୁ ହଟିଛନ୍ତି ବିଜେପି ନେତା ଅନୁପମ ହାଜ୍ରା । ଦଳ ବିରୋଧୀ ବୟାନ କାରଣରୁ ଅନୁପମଙ୍କ ବିରୋଧରେ ବିଜେପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୃହ ମନ୍ତ୍ରୀ ଅମିତ ଶାହ ଓ ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ସମୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ମୁତାବକ, ନିକଟରେ ଅନୁପମ ଦଳ ବିରୋଧୀ ବୟାନ ଦେଇଥିଲେ । ସେହି କାରଣରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ଅନୁପମଙ୍କୁ ମିଳୁଥିବା କେନ୍ଦ୍ରୀୟ ସୁରକ୍ଷା ହଟାଇ ଦିଆଯାଇଥିଲା । ଗୃହମନ୍ତ୍ରୀ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା କୋଲକତା ଗସ୍ତରେ ଯାଇଥିବା ସମୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହା ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.