fbpx

ଶ୍ରୀଲଙ୍କା ନିର୍ବାଚନରେ ଅନୁରା କୁମାରା ବିଜୟୀ, ହେବେ ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାରା ଦିଶାନାୟକେ। ସେ ଶ୍ରୀଲଙ୍କା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଶ୍ରୀଲଙ୍କାରେ ଦେଶର ୧୦ମ ରାଷ୍ଟ୍ରପତି ନିର୍ବାଚନ ୨୧ ସେପ୍ଟେମ୍ବରରେ ଭୋଟିଂ ହୋଇଥିଲା ଏବଂ ମତଦାନ ଗଣନା ଗତକାଲି ସଂଧ୍ୟା ୫ ସୁଦ୍ଧା ଆରମ୍ଭ ହୋଇଥିଲା। ୧ କୋଟି ୭୦ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୫ ପ୍ରତିଶତ ଲୋକେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ଏହି ନିର୍ବାଚନରେ ଅନୁରା କୁମାରାଙ୍କ ପ୍ରତିପକ୍ଷରେ ଥିଲେ ରାନିଲ ବିକ୍ରମସିଂଘେ। ଅନୁରା କୁମାରା ଦିଶାନାୟକେ ନେସନାଲ ପିପୁଲ୍ସ ପାୱାର ମେଣ୍ଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।

ଅନୁରା କୁମାରା ଦିଶାନାୟକେ ନେସନାଲ ପିପୁଲ୍ସ ପାୱାର ମେଣ୍ଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଏଥିରେ ତାଙ୍କର ମାର୍କ୍ସବାଦୀ-ନିର୍ଭରଶୀଳ ଜନତା ଭିମୁକ୍ତି ପେରେମୁନା(ଜେଭିପି) ପାର୍ଟୀ ସାମିଲ ରହିଛି। ୨୦୨୨ରେ ଆର୍ଥିକ ସଂକଟ ଶ୍ରୀଲଙ୍କାରେ ଦେଖାଦେଇଥିଲା, ଯାହାପରେ ଶ୍ରୀଲଙ୍କାରେ ଗୋଟାବାୟା ସରକାର ବିରୋଧରେ ଏକ ବଡ଼ ବିଦ୍ରୋହ ହୋଇଥିଲା। ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ପସିଯାଇଥିଲେ, ଯାହାପରେ ଗୋଟାବାୟା ଦେଶ ଛାଡି ପଳାୟନ କରିଥିଲେ। ଏହି ଘଡିସନ୍ଧି ମୁହୂର୍ତ୍ତରେ ରାନିଲ ବିକ୍ରମସିଂଘ ଦେଶର ଶାସନ ଭାର ଗ୍ରହଣ କରିଥିଲେ।

Get real time updates directly on you device, subscribe now.