fbpx

ଚାହୁଁ ଚାହୁଁ ବିତି ଗଲା ୬ ବର୍ଷ, ଆଜି ଷ୍ଟାର ଜୋଡ଼ି ବିରୁଷ୍କାଙ୍କ ପାଇଁ ଖାସ ଦିନ…

ମୁମ୍ବାଇ: ଷ୍ଟାର ଜୋଡ଼ି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲୀ ଆଜି ତାଙ୍କର ୬ଷ୍ଠତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ବିରାଟ ଏବଂ ଅନୁଷ୍କା ଏକ ଶାମ୍ପୁ ବିଜ୍ଞାପନ ମାଧ୍ୟମରେ ପରସ୍ପର ସହ ଭେଟି ଥିଲେ । ଏହି ଏହା ପରେ ତାଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ଡିସେମ୍ବର ୧୧, ୨୦୧୭ରେ ଇଟାଲିରେ ସେମାନେ ବିବାହ କରିଥିଲେ । ପରିବାର ଏବଂ ସୀମିତ ବନ୍ଧୁବାନ୍ଧବଙ୍କ ଗହଣରେ ସେମାନଙ୍କର ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ୨୦୨୧ରେ ଦୁହେଁ ଏକ କନ୍ୟା ସନ୍ତାନର ମାତା ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ ।

ବିରୁଷ୍କା (ଅନୁଷ୍କା ଏବଂ ବିରାଟ) ନାଁରେ ପରିଚିତ ଏହି ଜୋଡ଼ି ‘ପାୱାର କପଲ’ ନାଁରେ ମଧ୍ୟ ଜଣାଶୁଣା । ବିରୁଷ୍କାଙ୍କ ବିବାହ ଉତ୍ସବରେ ଅନୁଷ୍କାଙ୍କ ଲେହେଙ୍ଗାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ତେବେ ଅନୁଷ୍କା ଏବଂ ବିରାଟଙ୍କ ୬ଷ୍ଠତମ ବିବାହ ବାର୍ଷିକୀ ଅବସରରେ ସୋସିଆଲ ମିଡ଼ିଆରେ ପରିବାର, ସାଙ୍ଗସାଥି ଓ ଫ୍ୟାନ୍ସମାନଙ୍କ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି ।

Get real time updates directly on you device, subscribe now.