ଇଣ୍ଡୋନେସିଆରେ ‘ବିଜୁ ହଲ୍’ ଉଦଘାଟନ କଲେ ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ଡିଟେଲ୍ସ
ବିଦେଶରେ ‘ବିଜୁ ହଲ୍’ର ଉଦଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
ନୂଆଦିଲ୍ଲୀ: ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ସେ ଆଜି ଜାକର୍ତ୍ତାରେ ଭାରତୀୟ ଦୂତାବାସରେ ନବ ସ୍ଥାପିତ ‘ବିଜୁ ହଲଲ୍ର ଉଦଘାଟନ କରିଛନ୍ତି।
ଏହି ହଲର ନାମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ ନାଁରେ ରଖାଯାଇଛି। ସେ ଇଣ୍ଡୋନେସିଆର ସ୍ୱାଧିନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଏହି ଉଦଘାଟନୀ ସମାରୋହରେ ବୀଜୁ ପଟ୍ଟନାୟକଙ୍କ ପ୍ରତି ଉତ୍ସର୍ଗୀକୃତ ଏକ ସ୍ମାରକୀ ଉନ୍ମୋଚନ କରାଯାଇଛି। ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ନିଜେ ଯୋଗଦାନ ପାଇଁ ଇଣ୍ଡୋନେସିଆରେ ସମ୍ମାନୀତ ବିଜୁ ପଟ୍ଟନାୟକଙ୍କୁ ପ୍ରଥମେ ଦେଶରେ ସର୍ବୋଚ୍ଚ ନାଗରିକ ସମ୍ମାନ, ବଂଟାଂଗ ଜସା ଉତାମାରେ ସମ୍ମାନୀତ କରାଯାଇଥିଲା। ଏଥିସହ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମି ପୂତ୍ରର ଆଖ୍ୟା ପ୍ରଦାନ କରିଥିଲେ।
During the visit of the multi-party parliamentary delegation to Indonesia, Smt Aparajita Sarangi, Hon’ble MP from Odisha, interacted with the members of the Odiya Samaj.
She also inaugurated the ‘Biju Hall’ of the Embassy and unveiled a commemorative plaque of late Odiya leader… pic.twitter.com/VIU892liLO
— India in Indonesia (@IndianEmbJkt) May 31, 2025