fbpx

ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଆଗୁଆ: ବିଜେପି ୧୫ଟିରେ ଆଗୁଆ, ବିଜେଡି ୨ଟିରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି । ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ତେବେ ସଦସ୍ୟ ରିପୋର୍ଟ ମୁତାବକ, ବିଜେପି ୨୯ଟି ବିଧାନସଭା ଆସନରେ ଆଗରେ ରହିଥିବା ବିଜେଡି ୧୪ଟିରେ ଆଗରେ ରହିଛି । କଂଗ୍ରେସ ୫ଟିରେ ଓ ୨ଟି ଆସନରେ ଅନ୍ୟ ପ୍ରାର୍ଥୀ ଆଗରେ ରହିଛନ୍ତି । ସେହିପରି ବିଜେପି ୧୫ଟି ଲୋକସଭା ଆସନରେ ଆଗରେ ରହିଥିବା ବେଳେ ବିଜେଡି ୨ଟିରେ ଆଗରେ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି । ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି ।

Get real time updates directly on you device, subscribe now.