fbpx
BSKY SKY
BSKY SKY

ଆପାର୍ଟମେଣ୍ଟର ଛାତ ଖସି ୨ ମୃତ, ୬ ଆହତ

BSKY

ଗୁରୁଗ୍ରାମ: ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ୍ ର ଛାତ ଖସିବା ଫଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଆହୁରି ଅନେକ ଜଣ ଛାତ ତଳେ ଦବି ଯାଇଥିବା ଆଶଭ୍କା କରାଯାଉଛି । ଏହି ଘଟଣା ଗୁରୁଗ୍ରାମଠାରେ ଘଟିଛି । ଏଥିସହିତ ଅନେକ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସିରହିଥିବା ଲୋକଙ୍କୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଘଟଣା ଗୁରୁଗ୍ରାମର ଦ୍ୱାରକା ଏକ୍ସପ୍ରେସୱେ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ହୋଇଛି । କୁହାଯାଉଛି ଯେ, ଏହି ଆପାର୍ଟମେଣ୍ଟରେ ଆଗରୁ ହିଁ ଲୋକ ରହୁଥିଲେ । ଏହି ବିଲ୍ଡିଂର ୬ ନମ୍ବର ମହଲାରେ କାମ ଚାଲିଥିଲା । ଛାତ ନିର୍ମାଣ ସମୟରେ ଏହି ଅଘଟଣ ଘଟିଛି । ଫଳରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୫ରୁ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହୁରି ଅନେକ ଜଣ ଦବି ଯାଇଥିବା ଆଶଙ୍କା କରାଯାଉଛି । ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.