fbpx

Delhi Water Crisis: ଦିଲ୍ଲୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଞ୍ଜୟ ସିଂଙ୍କ ଦାବି ‘ବଞ୍ଚିବା ପାଇଁ ପାଣି ଦିଏ’

ଓଡିଶା ଭାସ୍କର: ଦେଶର ରାଜଧାନୀ ଏବେ ପାଣି ସଂକଟ ଦେଇ ଗତି କରୁଛି । ଜଳ ସଂକଟ ନେଇ ରାଜନୈତିକ ଉଷ୍ମତା ମଧ୍ୟ ବଢି ଚାଲିଛି । ବିଜେପି ଓ ଆମ୍ ଆଦମି ପାର୍ଟି ଏହି ଜଳ ସଂକଟ ପାଇଁ ଉଭୟେ ଉଭୟଙ୍କୁ ଦାୟୀ କହୁଛନ୍ତି । ଇତିମଧ୍ୟରେ ଆପ ସାଂସଦ ସଂଜୟ ସିଂ ବହୁ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିବେ ବୋଲି ଜଣାଇଛନ୍ତି । ଏଥିରେ ସେ ଦିଲ୍ଲୀ ପାଇଁ ପର୍ଯ୍ୟାପ୍ତ ପାଣିର ଦାବି ଉପସ୍ଥାପନା କରିବେ । ଦିଲ୍ଲୀର ଜଳମନ୍ତ୍ରୀ ଅତିଶି ୫ ଦିନ ହେବ ଅନିଦ୍ଦଷ୍ଟ କାଳ ପାଇଁ ଅନଶନରେ ଥିଲେ । ତାଙ୍କର ଦାବି ଥିଲା ଦିଲ୍ଲୀର ପାନୀୟ ସଂକଟ ଦୂର । ସେ କହିଥିଲେ ଦିଲ୍ଲୀର ଅଧିକାର ମାନେ ପାଣି ଦିଲ୍ଲୀବାସୀଙ୍କୁ ଦିଆଯାଉ । ହରିୟାଣା ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ, ସେମାନେ ଦିଲ୍ଲୀକୁ ୬୧୩ ଏମ୍‌ସିଟି ଜଳ ଯୋଗାଇବା କଥା । ମାତ୍ର ନିର୍ବାଚନ ଫଳାଫଳ ଆସିବା ପରେ ହରିୟାଣା ସରକାର ଦିଲ୍ଲୀକୁ ୧୦୦ ଏମ୍‌ସିଡି ଜଳ ଦେଇଥିଲେ । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ । ସେଥିପାଇଁ ଅଦିଶି ଅନଶନ କରିଥିଲେ ।

ସଂଜୟ ସିଂ କହିଛନ୍ତି ଯେ, ସେ ହରିୟାଣା ସରକାରଙ୍କ ସହ ମଧ୍ୟ କଥା ହୋଇଛନ୍ତି । ତାହାସହ ଏଲଜି ସହ ବି ସେ କଥା ହୋଇଥିବା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ମଦ୍ୟ ପୂର୍ବରୁ ଚିଠି ଲେଖି ସଂଜୟ ଆହୁରି କହିଥିଲେ ଯେ, ଦିଲ୍ଲୀବାସୀଙ୍କ ଅଧିକାର ଅନ୍ତର୍ଭୁକ୍ତ ଜଳ ସେମାନଙ୍କୁ ପ୍ରଦାନ କରାଯାଉ । ଭୀଷଣ ଗରମ ଯୋଗୁଁ ଦିଲ୍ଲୀବାସୀ ପାଣି ସଂକଟରେ ଲଗାତାର ଭାବରେ ଅସୁବିଧାର ସାମ୍ନା କରୁଛନ୍ତି । ଯଦି ଆମକୁ ପାଣି ନ ମିଳେ ତେବେ ଆମେ କେମିତି ଦିଲ୍ଲୀବାସୀଙ୍କ ଏହି ସମସ୍ୟା ଦୂର କରିବୁ ବୋଲି ସେ କହିଛନ୍ତି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାଇପ ଲାଇନ ବିଛାଇଥିଲେ । ଜଳସଂକଟ ପାଇଁ ଅତିଶି ଅନଶନରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ନ ଗଲେ ତାଙ୍କର ଜୀବନ ଯାଇଥାଆନ୍ତା ବୋଲି ଆପ ସାଂସଦ ସଂଜୟ କହିଛନ୍ତି । ସେଥିପାଇଁ ସଂଜୟ ସିଂ ଆଜି ଆଉ ଥରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ସମସ୍ୟା ବାବଦରେ ଜଣାଇବେ ବୋଲି ଜଣାଇଛନ୍ତି ।

Get real time updates directly on you device, subscribe now.